ଓଡିଶା : ରାଜ୍ୟରେ ଅଳ୍ପ ମାତ୍ରାରେ କମିବ ଶୀତ । ଏନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଶୀତରୁ ସାମାନ୍ୟ ଆଶ୍ୱସ୍ତି ମିଳିବ । ତାପମାତ୍ରା ବଢିବା ସହ ଶୀତ ସାମାନ୍ୟ କମିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଆଜିଠୁ ରାତିର ତାପମାତ୍ରା ୨ରୁ ୪ଡିଗ୍ରୀ ପର୍ୟ୍ୟନ୍ତ ବୃଦ୍ଧି ପାଇବ । ପ୍ରଭାବରେ ଅନୁଭୂତ ହେଉଥିବା ଅସହ୍ୟ ଶୀତରୁ ତ୍ରାହି ମିଳିବ । ଏବେ ବି ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତଲହରୀ ଜାରି ରହିଛି ।
ରାଜ୍ୟରେ ୧୫ରୁ ଅଧିକ ସହରର ତାପମାତ୍ରା ୧୦ଡିଗ୍ରୀ ତଳେ ରେକର୍ଡ ହେଉଛି । ଲଗାତାର କୋରାପୁଟର ସିମିଳିଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ରେକର୍ଡ ହେଉଛି । ଫୁଲବାଣୀରେ ୫ଡିଗ୍ରୀ ପାଖାପାଖି ରହୁଛି ପାରଦ । ଆସନ୍ତା କାଲି ପରେ ତାପମାତ୍ରା ସ୍ବାଭାବିକକୁ ଫେରିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।