କୁହୁଡି ପାଇଁ ଯାତାୟତ ବାଧାପ୍ରାପ୍ତ

ଭୁବନେଶ୍ୱର: ରାଜ୍ୟରେ ଧିରେ ଧିରେ କମିବାରେ ଲାଗିଛି ଶୀତ । ଏହା ସହ କିଛି ସ୍ଥାନରେ ରାତିର ତରମାତ୍ରା କମ ରହୁଛି । ଏହାରି ଭିତରେ ୧୦ ଡିଗ୍ରୀ ତଳେ ୪ ସହରର ରାତି ତାପମାତ୍ରା ରେକର୍ଡ କରାଯାଇଛି । ୭.୧ ଡିଗ୍ରୀ ସହ କୋରାପୁଟ ସବୁଠାରୁ ଥଣ୍ଡା ସହର। ସିମିଳିଗୁଡା ୮.୩, ଜି.ଉଦୟଗିରି ୯, ଦାରିଙ୍ଗବାଡି ୯.୫, କଟକ ୧୬.୨ ଓ ଭୁବନେଶ୍ୱର ୧୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ହୋଲେ କୁହୁଡି ର ଘନତା ବଢିବାରେ ଲାଗିଛି । ଏତେ ମାତ୍ରାରେ କୁହୁଡି ହେଉଛି ଯେ ଯାହା ଫଳରେ ଯାତାୟତରେ ବଡ ସମସ୍ୟା ହେଉଛି । ଯାହାର ପ୍ରଭାବ ଦିନ ୧୦ଟାରୁ ୧୧ ପର୍ଯ୍ୟନ୍ତ ରହୁଛି । ଏମିତିକି ୫୦ ମିଟର ଦୂରକୁ ବି କିଛି ଦେଖାଯାଉନାହିଁ । ଯାହା ଫଳରେ ଗାଡି ଚାଳକ ମାନେ ନାହଁ ନଥିବା ଅସୁବିଧାର ସମୁଖିନ ହେବାକୁ ପଡୁଛି ।