ନୂଆଦିଲ୍ଲୀ – ଦେଶର ଶ୍ରେଷ୍ଠ ୧୦ ଟି ପୋଲିସ ଷ୍ଟେସନର ତାଲିକା କେନ୍ଦ୍ର ସରକାର ଜାରି କରିଛନ୍ତି । ସବୁଠୁ ବଡ କଥା ହେଉଛି ଓଡିଶାର କୈାଣସି ପୋଲିସ ଷ୍ଟେସନ ସ୍ଥାନ ପାଇନାହିଁ । ନିକଟରେ ଗତକାଲି ବିଭିନ୍ନ ରାଜ୍ୟରେ ପୁଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନ ଉଠିଥିବାବେଳେ ଏନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଦେଶର ୧୬ ହଜାର ୬୭୧ ପୋଲିସ ଷ୍ଟେସନ ଥିବା ବେଳେ ସେ ମଧ୍ୟରୁ ୧୦ ଟି ଶ୍ରେଷ୍ଟ ପୋଲିସ ଷ୍ଟେସନ ଗୁଡିକ ଚୟନ କରାଯାଇଛି । ଏହି ଶ୍ରେଷ୍ଠ ପୋଲିସ ଷ୍ଟେସନ ତାଲିକାରେ ପ୍ରଥମେ ମଣିପୁରର ଥୌବଲ ଜିଲ୍ଲାର ନୌଗପୋକ ସେମକଇ ଥାନା ରହିଛି। ଦ୍ୱିତୀୟରେ ତାମିଲନାଡୁର ସାଲେମ ସିଟିର ଏଡବ୍ଲ୍ୟୁପିଏସ ସୁରମଙ୍ଗଲମ, ତୃତୀୟରେ ଅରୁଣାଚଳ ପ୍ରଦେଶର ଚାଙ୍ଗଲାଙ୍ଗ ଜିଲ୍ଲାର ଖରସାଂଗ ଥାନା, ଚତୁର୍ଥରେ ଛତିଶଗଡ଼ର ସୁରଜାପୁର ଜିଲ୍ଲାର ଭୈୟା ଥାନା, ପଞ୍ଚମରେ ଗୋଆର ଦକ୍ଷିଣ ଗୋଆ ଜିଲ୍ଲାର ସୁଂଗଏମ୍ ଥାନା ରହିଛି। ସେହିପରି ଷଷ୍ଠରେ ଆଣ୍ଡାମାନ ନିକୋବର ଦ୍ୱିପପୁଞ୍ଚର କାଲିଘାଟ ଥାନା, ସପ୍ତମରେ ସିକ୍କିମରେ ପୂର୍ବ ଜିଲ୍ଲାର ପାଁକୟୋଙ୍ଗ ଥାନା, ଅଷ୍ଟମରେ ଉତ୍ତର ପ୍ରଦେଶର ମୁରାଦାବାଦ ଜିଲ୍ଲାରେ କାଣ୍ଠ ଥାନା, ନବମରେ ଦାଦରା ନଗର ହାବେଳୀର ଖାନଓ୍ୱେଲ ଥାନା, ଦଶମରେ ତେଲେଙ୍ଗାନାର କରିମନଗର ଜିଲ୍ଲାର ଜମ୍ମିକୁଣ୍ଟା ଟାଉନ ପୁଲିସ ରହିଛି। ସୂଚନାଯୋଗ୍ୟ, ୨୦୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର କଚ୍ଛ ଜିଲ୍ଲାର ଡିଜିପି ସମ୍ମିଳନୀକୁ ଉଦବୋଧନ କରିଥିଲେ। ଏହି ଅବସରରେ ଥାନାର ଗ୍ରେଡ୍ ଦେବା ପାଇଁ କହିଥିଲେ। ଏଥିପାଇଁ ବିଭିନ୍ନ ଆଧାରକୁ ନେବା ପାଇଁ କହିଥିଲେ। ଯେଉଁଥିରେ ଅପରାଧ, ମହିଳା ବିରୋଧୀ ଅପରାଧ, ଦୁର୍ବଳ ଲୋକଙ୍କ ବିରୋଧରେ ଅପରାଧକୁ ନେଇ ବର୍ଗୀକରଣ କରାଯାଏ।