ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ ମହାସ୍ନାନ

ପୁରୀ :  ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ ମହାସ୍ନାନ ହୋଇଛି ।  ଜୟବିଜୟ ଦ୍ୱାର ନିକଟରେ କେହି ବାନ୍ତି କରି ଦେବାରୁ ବଡ ମହାସ୍ନାନ ନୀତି । ବଡ ମହାସ୍ନାନ ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରଖାଯାଇଛି।

ଖବର ଅନୁଯାୟୀ, ଶୁକ୍ରବାର ଦିନ ବଡ଼ଦେଉଳର ଜୟ ବିଜୟ ଦ୍ୱାର ନିକଟରେ କେହି ବାନ୍ତି କରିଥିବାର ଜଣାପଡିଥିଲା । ଏହାପରେ ତୁରନ୍ତ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସାଧାରଣ ଦର୍ଶନକୁ ବନ୍ଦ କରାଯାଇଥିଲା । ଆଉ ଏହି ସମୟରେ ବଡ଼ଦେଉଳରେ ମହାପ୍ରଭୁଙ୍କର ବଡ଼ ମହାସ୍ନାନ ହୋଇଛି । ଯେଉଁଥି ଲାଗି କିଛି ସମୟ ପାଇଁ ମହାପ୍ରଭୁଙ୍କ ନୀତିକାନ୍ତିରେ ବିଳମ୍ବ ମଧ୍ୟ ହୋଇଛି ।