୪୫ ଦିନ ପାଇଁ ଟିକଟକ୍ କୁ ବ୍ୟାନ୍ କଲେ ଟ୍ରମ୍ପ

ୱାଶିଂଟନ୍ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟି୍କଟକ୍ ର ମୁଳ କମ୍ପାନୀ ବାଇଟ୍ ଡାନ୍ସ ବିରୁଦ୍ଧରେ ଏକ ନିର୍ଦ୍ଦେଶ ଜାରି କରିଛନ୍ତି । ନିର୍ଦ୍ଦେଶ ଅନୁଯାୟୀ ଟି୍କଟକ୍ ର ମୁଳ କମ୍ପାନୀ ବାଇଟ୍ ଡାନ୍ସ ସହିତ ଆମେ ୪୫ ଦିନ ପର୍ଯ୍ୟନ୍ତ କୌଣସି କାରବାର କରିବୁ ନାହିଁ । ଏଥିସହିତ ସେ ଆହୁରି କହିଛନ୍ତି ଯେ, ଆମର ଜାତୀୟ ସୁରକ୍ଷା ରକ୍ଷା କରିବା ପାଇଁ ଟିକଟକ ମାଲିକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ଦରକାର ।
ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟିକଟକ୍ କୁ ଜାତୀୟ ସୁରକ୍ଷା ପ୍ରତି ଅସୁରକ୍ଷିତ ବୋଲି ଦର୍ଶାଇଛନ୍ତି । ସେ ଏହା ମଧ୍ୟ ଦର୍ଶାଇଛନ୍ତି ଯେ ଏହି ଚାଇନିଜ୍ ଆପ୍ ଦ୍ୱାରା ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲିକ୍ ହେବାର ସମ୍ଭାବନା ରହିପାରେ । ତେଣୁ ଏହି ଟିକଟକ୍ ଆପ୍ କମ୍ପାନୀ ବିକ୍ରୟ ନ ହୁଏ ତେବେ ସେପ୍ଟେମ୍ବର ୧୫ ଯାଏ ଆମେରିକାରେ ଏହାକୁ ବ୍ୟାନ କରାଯିବ । ଏଥିସହିତ ଟ୍ରମ୍ପ କହିଛନ୍ତି ଯେ, ଯଦି ଏହା ବିକ୍ରୟ ହୁଏ, ତେବେ ଆମେରିକୀୟ ଟିକସଦାତା ମଧ୍ୟ ସେମାନଙ୍କ ଅଂଶ ପାଇବେ । ତେବେ ହ୍ୱାଇଟ୍ ହାଉସ୍ ପକ୍ଷରୁ କୁହାଯାଇଛି ଯେ ସୁରକ୍ଷା ଦୃଷ୍ଟିରୁ ଟିକଟକ୍ ଆପ୍ ବିପଦ ।