ଭୁବନେଶ୍ୱର/ ରାଜେଶ ସାହୁ : ମହାମାରୀ କରୋନା ତାର କାୟା ବିସ୍ତାର କରିଚାଲିଛି । ଏଥିଲାଗି ରାଜ୍ୟ ସରକାର କରୋନା ଟିକା ନେବା ପାଇଁ ସମସ୍ତ ପ୍ରକାର ବନ୍ଦୋବସ୍ତ କରିଛନ୍ତି । ଏଥିରୁ ବାଦପଡ଼ି ନାହାନ୍ତି ଲୋକସେବା ଭବନ କର୍ମଚାରୀ । ଲୋକସେବା ଭବନ କର୍ମଚାରୀ ବା କାର୍ଯ୍ୟରତ ସରକାରୀ କର୍ମଚାରୀମାନଙ୍କ ଟିକାକରଣ ପାଇଁ ରାଜ୍ୟସରକାର ସମସ୍ତ ପ୍ରକାର ବ୍ୟବସ୍ଥା କରିଛନ୍ତି । ଏପରିକି ରୋଷ୍ଟର ଡ୍ୟୁଟିରୁ ବାଦ ପଡି ଥିବା କର୍ମଚାରୀମାନଙ୍କୁ ମଧ୍ୟ ଟିକା ନେବା ଲାଗି ଲୋକସେବା ପରିସରକୁ ଆସିବାକୁ ଅନୁମତି ଦିଆଯାଇଛି । ଏନେଇ ସାଧାରଣ ପ୍ରଶାସନ ବିଭାଗ, ଅତିରିକ୍ତ ଶାସନ ସଚିବ, ଗୃହ ବିଭାଗ ସ୍ୱତନ୍ତ୍ର ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ । କନଭେନସନ କେନ୍ଦ୍ରରେ ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ କୋଭିଡ ଟିକା ବ୍ୟବସ୍ଥା କରାଯାଇଛି । ଏସମସ୍ତ କର୍ମଚାରୀମାନେ ଟିକା ପାଇଁ ଲୋକସେବା ଭବନର ୫ନଂ ଫାଟକ ପଟେ ଆସିବାର ଅନୁମତି ରହିଛି ।