ଭୁବନେଶ୍ୱର : ଶିମିଳିପାଳ ଅଭୟାରଣ୍ୟର ବାଘୁଣୀ ‘ଜିନ୍ନତ’କୁ ପଶ୍ଚିମବଙ୍ଗରେ ଟ୍ରାଙ୍କୁଲାଇଜ କରାଯାଇଛି। ଓଡିଶା ପଶ୍ଚିମବଙ୍ଗ ବନ ବିଭାଗ ଟିମ ଗତ ୨୦ ତାରିଖରୁ ବାଘୁଣୀ କୁ ଟ୍ରାଙ୍କୁଲାଇଜ କରି କାବୁ କରିବାକୁ ଚେଷ୍ଟା ଚଲାଇଥିଲେ । ଗତକାଲି ଅପରାହ୍ନ ପ୍ରାୟ ୪ଟା ବେଳେ ଏଥିରେ ମିଳିଛି ସଫଳତା । ଟ୍ରାଙ୍କୁଲାଇଜ ପରେ ଜିନ୍ନତକୁ ଅଚେତ ଅବସ୍ଥାରେ ଜନ୍ତାରେ ପୁରାଇ ଅଲ୍ଲିପୁର ଚିଡିଆଖାନାକୁ ନିଆଯାଇଛି । ସେଠାରେ ତାର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ସ୍ୱାସ୍ଥ୍ୟବସ୍ଥା ଠିକ ଥିଲେ ସମସ୍ତ ଅନ୍ତରାଜ୍ୟ ବନ୍ୟଜନ୍ତୁ ପ୍ରକ୍ରିୟା ସାରି ବାଘୁଣୀ କୁ ପଶ୍ଚିମବଙ୍ଗରୁ ପୁଣି ଶିମିଳିପାଳ ଫେରାଇ ଅଣାଯିବ । ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଡ଼ଃ ପ୍ରକାଶ ଚାନ୍ଦ ଗୋଗିନେନି ସୂଚନା ଦେଇଛନ୍ତି।