ଚଳିତବର୍ଷ ସୁନା ଦର ୬୪ ହଜାର

ଭୁବନେଶ୍ୱର : ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି ସୁନା ଦର । ବଜାରରେ ଆଜି ୧୦ ଗ୍ରାମ ପିଛା ସୁନା ଦର ରହିଛି ୫୬ ହଜାର ୩୩୬ ଟଙ୍କା । ଆଜି ବଜାରରେ ୧୦ ଗ୍ରାମ ପିଛା ଦର ରହିଛି ୫୬ ହଜାର । ଗତ ୭୫ ବର୍ଷରେ ୬୦୦ ଗୁଣା ବଢ଼ିଛି ସୁନା ଦର। ୧୯୪୭ରେ ୧୦ ଗ୍ରାମକୁ ଥିଲା ୮୯ ଟଙ୍କା ।ରୂପା ଦର ବି ରେକର୍ଡ ସ୍ତରରେ ପହଞ୍ଚିଛି। ୧୯୪୭ରେ କିଲୋଗ୍ରାମ ପିଛା ରୂପା ଦର ଥିଲା ୧୦୭ ଟଙ୍କା । ବିଶେଷଜ୍ଞଙ୍କ ଅନୁସାରେ, ଚଳିତବର୍ଷ ସୁନା ଦର ୬୪ ହଜାର ଛୁଇଁପାରେ । ଦେଶ ସ୍ୱାଧୀନ ହେବାଠୁ ବର୍ତ୍ତମାନ ମଧ୍ୟରେ ସୁନା ଦର ୬୩୧ ଗୁଣା ମହଙ୍ଗା ହୋଇଛି । ସୂଚନା ଅନୁଯାୟୀ, ଭାରତକୁ ପ୍ରତିବର୍ଷ ୭୦୦ରୁ ୧୦୦୦ ଟନ୍ ସୁନା ଆମଦାନି ହୋଇଥାଏ ।