ସାଉଥ୍ ମୁଭି ପୁଷ୍ପାଠୁ ବଳିଗଲା ଗଞ୍ଜେଇ ଚାଲାଣର ଏହି ତରିକା

କଟକ : ଗଂଜେଇ ବେପାରର ନୂଆ ତରିକା ଆପଣେଇଛନ୍ତି ଚାଲାଣକାରୀ । ଅଭିନବ ଢ଼ଙ୍ଗରେ ପୋଲିସ ଆଖିରେ ଧୂଳି ଦେଇ ଶେଷରେ ଗାଡି ଚକରେ ଗଞ୍ଜେଇ ଚାଲାଣ କରୁଥିଲେ ଗଞ୍ଜେଇ ବେପାରୀ । କଟକ ଓଏମପି ଛକରେ ଏକ ଗାଡ଼ି ଟାୟାର ଭିତରୁ ଜବତ ହୋଇଛି ପୁଳା ପୁଳା ଗଞ୍ଜେଇ। ଟାୟାର କାଟି ପ୍ୟାକେଟ ପ୍ୟାକେଟ ଗଞ୍ଜେଇ ରଖାଯାଇଥିବା ଅବକାରୀ ବିଭାଗର ଚଢ଼ାଉ ବେଳେ ଧରାପଡିଛି।ସେହିପରି ଟାଙ୍ଗିରେ ଏକ ବୋଲେରୋ ଭିତରେ ହୋଇଥିବା ସିକ୍ରେଟ ଚାମ୍ବରରୁ ବିପୁଳ ଗଞ୍ଜେଇ ଜବତ ହୋଇଛି। ରବିବାର ଦୁଇଟି ପୃଥକ ପୃଥକ ସ୍ଥାନରେ ଚଢାଉ କରି ବେଆଇନ ଗଞ୍ଜେଇ ଚାଲାଣର ପର୍ଦ୍ଦାଫାସ କରିଛି କଟକ କେନ୍ଦ୍ରାଞ୍ଚଳ ଗୁଇନ୍ଦା ବିଭାଗ। ଜବତ ଗଞ୍ଜେଇର ଓଜନ ୧୭୨ କେଜି ହେବ। ଏହାର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କା ବୋଲି ଜଣାପଡିଛି। ଏହି ମାମଲାର ୩ଜଣଙ୍କୁ ଗିରଫ କରିଛି ସ୍ପେଶାଲ ଟିମ୍।