କଂଗ୍ରେସ ନେତୃତ୍ୱଙ୍କୁ ମହମ୍ମଦ ମୋକିମଙ୍କ ତେରେଛା ବାଣ:ସମୟ ଚାଲିଗଲେ କଂଗ୍ରେସ ଟ୍ରାକକୁ ଫେରିବା କଷ୍ଟ ହେବ

ଭୁବନେଶ୍ୱର : କଂଗ୍ରେସ ନେତୃତ୍ୱଙ୍କୁ ମହମ୍ମଦ ମୋକିମଙ୍କ ତେରେଛା ବାଣ । ଜାନକୀ ବଲ୍ଲଭ ପଟ୍ଟନାୟକ , ବସନ୍ତ ବିଶ୍ୱାଳ , ହେମାନନ୍ଦ ବିଶ୍ୱାଳଙ୍କ ପରେ କଂଗ୍ରେସରେ ଚେହେରା ନାହାଁନ୍ତି , ଏଭଳି ନେତୃତ୍ୱ ନ ଥିବା ଯୋଗୁଁ ଦଳ ସୁପ୍ତ ଅବସ୍ଥାକୁ ଆସିଗଲାଣି । କଂଗ୍ରେସ ଲୋକଙ୍କ ପୁନଃ ଆସ୍ତା ଭାଜନ ହେଲା ଭଳି ନେତା ନାହାଁନ୍ତି କହିଛନ୍ତି ବିଧାୟକ ମହମ୍ମଦ ମୋକିମ । । ମୁଁ କଂଗ୍ରେସ ଦଳ ଭିତରେ ଅଛି । ବିଗତ ଦିନ ରେ ମୁଁ ସତ୍ୟ ପରିପ୍ରକାଶ କରିଛି ବୋଲି ଆଲୋଚନା ଉଠିଛି । ଆଶା କରିବି କଂଗ୍ରେସର ବରିଷ୍ଠ ନେତା ଜାଗ୍ରତ ହୁଅନ୍ତୁ ସମୟ କମ, ସମୟ ଚାଲିଗଲେ କଂଗ୍ରେସ ଟ୍ରାକକୁ ଫେରିବା କଷ୍ଟ ହେବ । କଂଗ୍ରେସକୁ ଟ୍ରାକକୁ ଫେରାଇବା ଭଳି ପ୍ରଚେଷ୍ଟା ଏପର୍ଯ୍ୟନ୍ତ ଦଳ ରେ ଆରମ୍ଭ ହୋଇନି । ବାସ୍ତବତା କୁ ଗ୍ରହଣ କରି ପରିଶ୍ରମ ନ କଲେ ସ୍ଥିତି ଆହୁରି ଖରାପ ହେବ । କଂଗ୍ରେସ ନେତା କଂଗ୍ରେସ ଭବନରେ ନ ରହି ଫିଲଡରେ ପରିଶ୍ରମ କରନ୍ତୁ କହିଛନ୍ତି ବିଧାୟକ ମହମ୍ମଦ ମୋକିମ ।