(ହିଞ୍ଜିଳି / ରଜନୀକାନ୍ତ ପାତ୍ର) : ଗଂଜାମ ହିଂଜିଳିକାଟୁ ପୋଲିସର ଥାର୍ଡ ଡିଗ୍ରୀ । ଥାନା ଭିତରେ ବିନା ଦୋଷ ରେ ଅକଥନୀୟ ଶାରିରୀକ ନିର୍ୟ୍ୟାତନା ଦେଇ ମାଡ଼ ମାରି କଲା ଲହୁଲୁହାଣ । ଏହା ପରେ ବି ଚିକିତ୍ସା ନକରି ତିନିଦିନ ଥାନାରେ ରଖି କରିଦେଲା କୋର୍ଟ ଫରୱାର୍ଡ। ଗଂଜାମ ହିଂଜିଳି ପୋଲିସ ବିରୋଧ ଏମିତି ସାଂଘାତିକ ଅଭିଯୋଗ ଆଣିଛନ୍ତି ହିଂଜିଳି ଅନ୍ତର୍ଗତ ପିତଳ ଗାଁ ର କଂସାବାସନ ବିକ୍ରି କରୁଥିବା ଜଣେ ଫେରିବାଲା । ଅନ୍ୟପଟେ ଘଟଣା ର ତଦନ୍ତ ହୋଇ ଆକ୍ସନ ନିଆଯିବ କହିଛନ୍ତି ଦକ୍ଷିଣାଞ୍ଚଳ ଡିଆଇଜି । ତେବେ ଦେଖନ୍ତୁ ପୋଲିସର କେମିତି ଏହି ଥାର୍ଡ ଡିଗ୍ରୀ ଘଟଣା-
ବ୍ୟକ୍ତି ଜଣଙ୍କ ହେଉଛନ୍ତି ହିଂଜିଳି ଅନ୍ତର୍ଗତ ପିତଳ ଗାଁ ର ବାବୁଲା ନାୟକ।ପେସା ରେ ବାବୁଲା ଜଣେ କଂସା ବାସନ ବିକ୍ରି କରୁଥିବା ଫେରିବାଲା ଅଟନ୍ତି ତେଣୁ ସେ ଆଲୋକ ସାହୁ ନାମକ ଜଣେ ବଡ ବ୍ୟବସାୟ ଠାରୁ କଂସା ବାସନ କିଣି ବିକ୍ରି କରନ୍ତି।ଯେତେବେଳେ ଆଲୋକ ସାହୁଙ୍କ ଜିନିଷ ଅଧିକ ଦର ବଢ଼ିଲା। ବାବୁଲା ଅନ୍ୟ ଜଣେ ବ୍ୟବସାୟୀଙ୍କ ଠାରୁ ଜିନିଷ କିଣି ବିକ୍ରି କରୁଥିଲେ । ତେବେ କ୍ରୋଧର କାରଣ ହେଲା ଅନ୍ୟ ଵ୍ୟଵସାୟୀଙ୍କ ଠାରୁ ବାବୁଲା ବାସନ କିଣିବା । କ୍ରୋଧିତ ହୋଇ ପ୍ରତିଶୋଧ ସ୍ୱରୂପ ଟଙ୍କା ଧାର ଅଛି ବୋଲି ହିଂଜିଳି ପୋଲିସ କୁ ଅଭିଯୋଗ କରିଥିଲେ ଆଲୋକ । ଅଭିଯୋଗନୁଯାୟୀ ରାତି ସାଢ଼େ ୧୨ରେ ହିଁଜିଳି ଥାନା ଏସଆଇ ବାସୁଦେବ ଭୋଇ ଘରୁ ଉଠାଇ ନେଇ ଥାନାରେ ମାନସିକ ନିର୍ୟ୍ୟାତନା ଦେଇ ସକାଳ ୧୦ଟା ରେ ଛାଡି ଦେଇଥିଲେ । ପୁଣି ଏହାର କିଛି ଦିନ ପରେ ପୁଣି ଏସଆଇ ଜଣଙ୍କ ରାତି ଅଧରେ କବାଟ ବାଡେଇ ହଇରାଣ କରୁଥିବା ବାବୁଲା ଏବଂ ତାଙ୍କ ସ୍ତ୍ରୀ ଦୁହେଁ ଗଞ୍ଜାମ ଏସ୍ପି ଙ୍କୁ ଅଭିଯୋଗ ଜଣାଇଥିଲେ । ଏଥିରେ ପୋଲିସ ବାବୁ ଜଣକ ଉତକ୍ଷିପ୍ତ ହୋଈ ଗତ ୨୧ ମାର୍ଚ୍ଚ ତାରିଖ ରାତି ସାଢ଼େ ୮ରେ ଆସି ବାବୁଲାଙ୍କୁ ଥାନା ଭିତରକୁ ନେଇ ଆରମ୍ଭ କରିଥିଲା ଥାର୍ଡ ଡିଗ୍ରୀ । ଅଭଯୋଗ ଅନୁଯାୟୀ , ଏସ୍ପି ନିକଟକୁ କାହିଁକି ଯାଇଥିଲୁ ? ଏମିତି କିଛି କହି କହି କିଛି ପୋଲିସ କର୍ମଚାରୀ ବାବୁଲାଙ୍କ ପିଠି ଉପରେ ଛିଡ଼ାହେବା ସହ ଏସଆଇ ବାସୁଦେବ ଭୋଇ ଜଙ୍ଘ ଏବଂ ପାଦକୁ ସହ ଶରୀର ର ବିଭିନ୍ନ ଅଂଶ କୁ ମରଣାତ୍ମକ ଭାବେ ମାଡ଼ ମାରିଛନ୍ତି ।
ସେପଟେ ନ୍ୟାୟ ପାଇବା ପାଇଁ ବାବୁଲା ଏବଂ ବାବୁଲା ଙ୍କ ସ୍ତ୍ରୀ ଆସିଛନ୍ତି ଦକ୍ଷିଣାଞ୍ଚଳ ଡିଆଇଜିଙ୍କୁ ଅନୁରୋଧ କରିବା ପାଇଁ ।ଅନ୍ୟପଟେ ପୁରା ପରିବାର ସହ ଆଲୋଚନା ପରେ ଘଟଣା କୁ ତଦନ୍ତ ପାଇଁ ଝଊଚଙ ଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଘଟଣା ର ସତ୍ୟତା ଦେଖି ଖୁବ ଶୀଘ୍ର ଆକ୍ସନ ନିଆଯିବ ବୋଲି କହିଛନ୍ତି ଦକ୍ଷିଣାଞ୍ଚଳ ଡିଆଇଜି।