ଭୁବନେଶ୍ୱର: ଆଜି ଠାରୁ ପୁଣି ବଢିବ ତାତି । ରାଜ୍ୟରେ ହେବ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଆସନ୍ତା ୨ଦିନ ରାଜ୍ୟରେ ୪ରୁ୫ ଡିଗ୍ରୀ ବଢିବ ତାପମାତ୍ରା । ଏହା ସହ ରାତିର ତାପମାତ୍ରା ବଢିବା ସହ ୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଉଷ୍ମ ତାତି ସମ୍ଭାବନା ରହିବ । ଏଥିପାଇଁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ଆସନ୍ତା କାଲି ସମ୍ଭାବ୍ୟ ଉଷ୍ମ ପରିସ୍ଥିତି ପାଇଁ ୫ ଜିଲ୍ଲା ସୋନପୁର, ବୌଦ୍ଧ, ବଲାଙ୍ଗିର, କଳାହାଣ୍ଡି ଓ ମାଲକାନଗିରି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ତେବେ ୩ ତାରିଖ ପାଇଁ ୭ ଜିଲ୍ଲା ଓ ୪ ତାରିଖ ପାଇଁ ୯ ଜିଲ୍ଲାକୁ ଉଷ୍ମ ତାତି ପାଇଁ ଦିଆଯାଇଛି ସତର୍କ ସୂଚନା । ତେବେ ଆସନ୍ତା ୬ ତାରିଖ ବେଳକୁ ଏକ ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟରେ ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି ।