ବ୍ୟୁରୋ : ପେଟ୍ରୋଲ ଓ ଡିଜେଲ ଦରରେ ପରିବର୍ତ୍ତନ । କିଛି ସ୍ଥାନରେ ସରକାରୀ ତୈଳ କମ୍ପାନୀ ଗୁଡ଼ିକ ମୂଲ୍ୟ ବୃଦ୍ଧି କରିଛନ୍ତି ଏବଂ ଅନ୍ୟ କିଛି ସ୍ଥାନରେ ତୈଳ ମୂଲ୍ୟ ହ୍ରାସ କରାଯାଇଛି । କିନ୍ତୁ ଦିଲ୍ଲୀ ଏବଂ ମୁମ୍ବାଇ ଭଳି ଦେଶର ଚାରୋଟି ମହାନଗରରେ ତୈଳ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ ।
ହେଲେ ଅଧିକାଂଶ ସହରରେ ତୈଳ ଦର ହ୍ରାସ ପାଇଛି । ଓଡ଼ିଶାରେ ଆଜି ତୈଳ ମୂଲ୍ୟ ୧୦୧.୯୯ ପ୍ରତି ଲିଟର ରହିଛି । ଗତକାଲିଠୁ ନେଇ ଆଜି ପର୍ୟ୍ୟନ୍ତ ପେଟ୍ରୋଲ ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ । ଯଦି ରାଜ୍ୟର ସହର ମାନଙ୍କ ତୈଳ ଦର କଥା କହିବା ତେବେ ଭୁବନେଶ୍ବରରେ ପେଟ୍ରୋଲ ଦର ୧୦୦.୯୪ଟଙ୍କା ରହିଛି । ଭୋପାଳରେ ୧୦୬.୫୨ ଟଙ୍କା ରହିଛି ।
ସରକାରୀ ତୈଳ କମ୍ପାନୀ ଅନୁଯାୟୀ, ୟୁପିର ଗୌତମ ବୁଦ୍ଧ ନଗର ଜିଲ୍ଲାରେ ପେଟ୍ରୋଲ ୨୬ ପଇସା ବୃଦ୍ଧି ପାଇ ୯୪.୯୮ ଟଙ୍କା ପ୍ରତି ଲିଟର ହୋଇଛି । ଡିଜେଲ ମଧ୍ୟ ୩୦ ପଇସା ବୃଦ୍ଧି ପାଇ ୮୮.୧୩ ଟଙ୍କା ପ୍ରତି ଲିଟରରେ ପହଞ୍ଚିଛି । ଗାଜିଆବାଦରେ ୨୬ ପଇସା ହ୍ରାସ ପେଟ୍ରୋଲ ୯୪.୩୯ ଟଙ୍କା ଏବଂ ଡିଜେଲ ୩୦ ପଇସା ହ୍ରାସ ପାଇ ୮୭.୪୫ ଟଙ୍କା ପ୍ରତି ଲିଟର ହୋଇଛି ।