ଓଏଏସଙ୍କ ଘରୁ ଚୋରି ଘଟଣା ; ୩ ଜଣ ଲୁଟେରା କୁ ଗିରଫ

ଭୁବନେଶ୍ୱର (ଆଦର୍ଶ ସାହୁ) : ଓଏଏସ ସୋନାଲି ସୁଭଦର୍ଶିନୀଙ୍କ ଘରୁ ଚୋରି ଘଟଣାରେ । ୩ ଜଣ ଲୁଟେରାକୁ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ । ଅନ୍ୟ ଦୁଇ ଜଣ ସହଯୋଗୀ ଫେରାର ଅଛନ୍ତି । ସମସ୍ତଙ୍କୁ ପଚରାଉଚରା ଜାରି ରଖିଛି ପୋଲିସ । ପୂର୍ବରୁ ଏମାନଙ୍କ ନାଁରେ ବିଭିନ୍ନ ଥାନାରେ ଅନେକ ମାମଲା ରହିଛି । ଅଗଷ୍ଟ ୩୧ରେ ଘରେ କେହି ନଥିବା ବେଳେ ଦିନ ଦ୍ୱୀପହରେ ଘରୁ ଚୋରି କରିଥିଲେ । ଦୁଇ ଦୁଇ ଥର ଓଏଏସଙ୍କ ଘରୁ ଲୂଟ କରିଥିଲେ ଏହି ଲୁଟେରା । ସିସିଟିଭି ଭାଙ୍ଗି ହାର୍ଡଡିସ୍କ ମଧ୍ୟ ନେଇ ଯାଇଥିଲେ । ଗତକାଲି ରାତିରେ ଖଣ୍ଡଗିରି ଅଞ୍ଚଳରୁ ସମସ୍ତଙ୍କୁ ଗିରଫ କଲା ପୋଲିସ । ସେମାନଙ୍କ ପାଖରୁ ଚୋରି ହୋଇଥିବା ଟିଭି, ସୁନା, ଟଙ୍କା, ମୋବାଇଲ ଜବତ କରିଛି ପୋଲିସ ।