ଗୁରୁତର ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି

ବ୍ରହ୍ମଗିରି/ ସୁଜିତ  ସାହୁ : ରକ୍ତାକ୍ତ ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର  । ବ୍ରହ୍ମଗିରି ଅରଖକୁଦା ମେରାଇ ଥାନା ରାସ୍ତାରେ ଯୁବକ ଜଣଙ୍କ ପଡିଥିବା ଦେଖିବାକୁ ପାଇଥିଲେ ସ୍ଥାନିୟ ଲୋକ । ଏନେଇ ପୋଲିସକୁ ଖବର ଦେବା ସହିତ ଯୁବକଙ୍କୁ ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଛନ୍ତି ।  ତେବେ ଏନେଇ ଖବର ପାଇଁ ଅରଖକୁଦା ମେରାଇନ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା କୁହାଯାଉଛି । କିନ୍ତୁ  ଏପର୍ଯ୍ୟନ୍ତ ବି ଯୁବକଙ୍କ ପରିଚୟ ମିଳିପାରି ନଥିବା ବେଳେ  ସେ ଅରଖକୁଦାରେ ତିନିମାସ ହେବ ରହି ରାଜ ମିସ୍ତ୍ରୀ କାମ କରୁଥିବା ସୂଚନା ମିଳିଛି । ଗୁରୁତର ଯୁବକଙ୍କୁ କେହି ଆକ୍ରମଣ କରିଥିବା  ସନ୍ଦେହ କରିଛି ପୋଲିସ।