ମୃତ୍ୟୁ ମୁଖରୁ ଅଳ୍ପକେ ବାର୍ତ୍ତିଗଲେ ଶ୍ରମିକ

0

ବାଲେଶ୍ବର : ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ 60 ନମ୍ବର ଜାତୀୟ ରାଜପଥରେ  ଦୁର୍ଘଟଣା ଘଟିଛି ।  ଟାଟା ଏସି ପିକଅପ ଭ୍ଯାନ ନନ୍ଦିକା ବାଇପାସ ନିକଟରେ ଭାରସାମ୍ଯ ହରାଇ ଓଲଟିଲା । 20ରୁ ଉର୍ଧ୍ବ ଶ୍ରମିକ ଗୁରୁତର ହୋଇ ସ୍ଥାନୀୟ ହସପିଟାଲ ରେ ଭର୍ତ୍ତି ହୋଇଛନ୍ତି। ସୂଚନା ଅନୁଯାୟୀ ଆଜି ସକାଳେ ମୟୁରଭଞ୍ଜର ବାରମାଇଲ ଅଞ୍ଚଳରୁ 42 ଜଣ ଶ୍ରମିକଙ୍କୁ ନେଇ ଏକ ଟାଟା ଏସି ପିକଅପ ଭ୍ଯାନ କମର୍ଦ୍ଦା ଅଞ୍ଚଳକୁ ଧାନରୂଆ ପାଇଁ  ଯାଉଥିଲେ ।   ଅଚାନକ  ନନ୍ଦିକା ବାଇପାସ ନିକଟରେ ଗାଡିର ପଛ ଚକା ଫାଟି ଯିବାରୁ ଗାଡିଟି ଭାରସାମ୍ଯ ହରାଇ ଓଲଟି ପଡିଥିଲା । ସେଥିରେ ଥିବା 42 ଜଣ ଶ୍ରମିକଙ୍କ ମଧ୍ଯ ରୁ 20 ଜଣ ଗୁରୁତର ଆହତ ହୋଇଛନ୍ତି । ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ଜଳେଶ୍ବର ଜିକେ ଭଟ୍ଟର ହସପିଟାଲରେ ଭର୍ତ୍ତି କରାଇଛନ୍ତି ।ତେବେ ଦୁର୍ଘଟଣା ପରେ ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ହୋଇଥିବା ବେଳେ ଜଳେଶ୍ବର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।