ସ୍ୱାମୀର ତୀର ମାଡରେ ସ୍ତ୍ରୀ ଗୁରୁତର , କରଞ୍ଜିଆ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି

କେନ୍ଦୁଝର /ବିଜୟ କୁମାର କାରୁଆ : କେନ୍ଦୁଝର ଜିଲ୍ଲା ପାଟଣା ଥାନା ହରିଡାଗୋଠ ଗାଁ ରେ ଘଟିଛି ଅଭାବନୀୟ ଘଟଣା ।‌ ସ୍ବାମୀ ର ତୀର ମାଡ ରେ ସ୍ତ୍ରୀ ଗୁରୁତର ହୋଇ ଛନ୍ତି । ଗୁରୁତର ମହିଳା ହେଲେ ସଜନୀ ମୁଣ୍ଡା । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗ ପ୍ରଥମେ କରଞ୍ଜିଆ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ କଟକ ସ୍ଥାନାନ୍ତରିତ କରାଯାଇ ଥିବା ଜଣାପଡିଛି।‌

ସୂଚନା ଅନୁଯାୟୀ, ସଜନୀ ହରିଚନ୍ଦନପୁର ଥାନା ଭଗାବିଲା ଗ୍ରାମର ବିଶ୍ବନାଥ ମୁଣ୍ଡା ଙ୍କୁ ବିବାହ କରିଥିଲେ । କୈାଣସି କାରଣ ରୁ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ ମନମାଳିନ ଝଗଡ଼ା ହେଇ ସଜନୀ ନିଜ ବାପ ଘର ପାଟଣା ଥାନା ଅନ୍ତର୍ଗତ ହରିଡାଗୋଠ ଗ୍ରାମରେ ଆସି ରହୁଥିଲେ। ଗୁରୁବାର ସଂଧ୍ୟାରେ ବିଶ୍ବନାଥ ହରୀଡାଗୋଠ ଗ୍ରାମରେ ପହଞ୍ଚି ସ୍ତ୍ରୀ ସଜନୀ ଙ୍କୁ ଯୋଗୀ ରହି ତୀର ମାଡ କରି ଫେରାର ହୋଇ ଯାଇଥିଲା। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଧନୁ ସହ ୩ ଟି ତୀର ଜବତ କରି ଘଟଣାର ତଦନ୍ତ ଜାରିରଖି ଛି ।