ବିପଦ ସଙ୍କେତ ଟପିଲା ବୈତରଣୀ

ବଙ୍ଗୋପସାଗରରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଓଡ଼ିଶାର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଛି।

(ଭଦ୍ରକ) : ବଙ୍ଗୋପସାଗରରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଓଡ଼ିଶାର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ବୈତରଣୀ ନଦୀରେ ବିପଦ ସଙ୍କେତ ଉପରେ ଜଳ ପ୍ରବାହିତ ହେଉଛି। ଆଖୁଆପଦାଠାରେ ବିପଦ ସଂକେତ ୧୭.୮୩ ଥିବା ବେଳେ ବିଳମ୍ବିତ ରାତିରେ ୧୮.୩୫ ମିଟରରେ ବନ୍ୟାଜଳ ପ୍ରବାହିତ ହେଉଥିଲା ।

ସୂଚନାନୁଯାୟୀ , ଭଣ୍ଡାରିପୋଖରୀ ବ୍ଲକର ୬ଟି ପଞ୍ଚାୟତ ଓ ଧାମନଗର ବ୍ଲକର ୩ଟି ପଞ୍ଚାୟତରେ ବନ୍ୟାଜଳ ମାଡିଥିବା ବେଳେ ତଳିଆ ଅଞ୍ଚଳରେ ପାଣି ପଶିଛି । ଭଦ୍ରକ ଆଖଣ୍ଡଳମଣି ରାସ୍ତାର ଅସୁରାଳି ରେବ ପୋଲ ନିକଟରେ ରାସ୍ତା ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ପ୍ରଶାସନ ତରଫରୁ ନିଯୁକ୍ତ ନୋଡାଲ ଅଫିସରଙ୍କ ଟିମ୍ ବିଭିନ୍ନ ଅଞ୍ଚଳ ଉପରର ନଜର ରଖିଛନ୍ତି । ତେବେ ବୈତରଣୀ ନଦୀରେ ବନ୍ୟାଜଳ ରାତି ସୁଦ୍ଧା ବିପଦ ସଙ୍କେତ ତଳକୁ ଖସିବାର ସମ୍ଭାବନା ରହିଛି । ଉପର ମୁଣ୍ଡରେ ଜଳସ୍ତର ହ୍ରାସ ହେଉଥିଲେ ମଧ୍ୟ ଭଣ୍ଡାରିପୋଖରୀ, ଧାମନଗର , ତିହିଡି ଓ ଚାନ୍ଦବାଲି ବ୍ଲକର ତଳିଆ ଅଞ୍ଚଳରେ ବନ୍ୟା ଜଳ ପ୍ରବେଶ କରିପାରେ ।