(ଜୟନ୍ତ କୁମାର ସେଠୀ / ଗୋପ) ; କୋରନା ପଜେଟିଭ ଚିହ୍ନଟ ପରେ ପୋଖରୀ କୂଳରେ ଭଙ୍ଗା କୁଡିଆ କରି ଦିନ କାଟୁଛନ୍ତି ପିପିଲି ନୂଆ ଶାସନ ଗ୍ରାମର ସନ୍ତୋଷ ମଲ୍ଲିକ । ସନ୍ତୋଷ କର୍ଣ୍ଣାଟକରୁ ଫେରିବା ପରେ ସେ ପଜେଟିଭ ଥିବା ଜଣାପଡିଥିଲେ । ଘର ଲୋକେ ତାଙ୍କୁ ସଙ୍ଗରୋଧ ଭାବରେ ରଖିବା ପାଇଁ ଘର ପାଖରେ ଅସ୍ଥାୟୀ ଘର ନିର୍ମାଣ କରି ରଖିଥିଲେ । ମାତ୍ର ଗ୍ରାମବାସୀ ଏହାକୁ ବିରୋଧ କରିବାରୁ ସେ ଏବେ ପୋଖରୀ କୂଳରେ ଭଙ୍ଗା କୁଡିଆ ଘରେ ଜିବନ ଯାପନ କରୁଛନ୍ତି । ପ୍ରଶାସନ ପାଖରେ ସବୁ ଖବର ଥିଲେ ମଧ୍ୟ ସନ୍ତୋଷଙ୍କୁ କୌଣସି ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯାଉନାହିଁ । ସେପଟେ ସନ୍ତୋଷଙ୍କ ପରିବାର ବହୁ କଷ୍ଟରେ ଜିବନ ଯାପନ କରୁଥିବା ବେଳେ ସନ୍ତୋଷ ଓ ତାଙ୍କ ପରିବାର ପାଇଁ ଆହାର ଯୋଗାଇ ଦେବା ମଧ୍ୟ ଅସମର୍ଥ ହୋଇ ପଡୁଛନ୍ତି । ପେଟକୁ ଆହାର ଯୋଗାଇ ଦେବାରେ ଅସମର୍ଥ ପରିବାର ସନ୍ତୋଷଙ୍କର ଚିକିତ୍ସା କରିବା ମଧ୍ୟ କଷ୍ଟକର ଥିବା ବେଳେ ପ୍ରଶାସନ ସବୁ ଜାଣିଶୁଣି ସନ୍ତୋଷ ଙ୍କୁ କଣ ପାଇଁ ସହଯୋଗ ନ କରି ଚୁପ୍ ବସିଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ସେପଟେ କୋରନା ରୋଗୀ ଚିହ୍ନଟ ପରେ ଯଦି ତାଙ୍କର ସୁସ୍ଥତା ପାଇଁ ଆବଶ୍ୟକ ସମ୍ଵଳ ନଥାଏ ତେବେ ତାଙ୍କୁ ସରକାର ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବା ପାଇଁ ବ୍ୟବସ୍ଥା ଥିଲେ ମଧ୍ୟ ସନ୍ତୋଷ ଙ୍କ ପାଇଁ ପ୍ରଶାସନ କଣ ପାଇଁ ନିରବଦ୍ରଷ୍ଟା ସାଜିଛି ତାହା ଏବେ ବଡ ପ୍ରଶ୍ନ ସୃଷ୍ଟି କରିଛି ।