ଗଞ୍ଜାମ(ରିପୋର୍ଟର୍ସ ଟୁଡେ):-ସାନଖେମୁଣ୍ଡି ବ୍ଲକଟି ଗୋବିନ୍ଦପୁର ପଞ୍ଚାୟତ ବେଲଗଡ଼ ଗାଁକୁ ସାନିଟାଇଜ କରାଯାଇଛି । ବେଲଗଡ଼ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ବେଳେ ଏଠାରେ କୋଭିଡ ପରୀକ୍ଷା କ୍ୟାମ୍ପ ଅନୁଷ୍ଠିତ ହୋଇଥିଲା।ପରେ ଏକାଧିକ କୋଭିଡ ସଂକ୍ରମଣ ଚିହ୍ନଟ ହୋଇଥିବାରୁ ଏହାକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିଲା।ସ୍ଥାନୀୟ ପ୍ରଶାସନ ଗାଁ ଉଭୟ ପାଶ୍ୱର୍କୁ ବ୍ୟାରିକେଡ ଦ୍ୱାରା ସିଲ କରିଥିଲେ। ଆଜି ସମ୍ପୂର୍ଣ୍ଣ ଗାଁ ସାନିଟାଇଜ ହେବା ସହ ଘର ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା ଯାଞ୍ଚ କରାଯାଇଛି ।