ଭାରସାମ୍ୟ ହରାଇଲା ଟ୍ରକ

(ହିଞ୍ଜିଳି / ରଜନୀକାନ୍ତ ପାତ୍ର ) : ଭାରସାମ୍ୟ ହରାଇଲା ଟ୍ରକ। ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଂଜାମ ଜିଲ୍ଲା ଗାଙ୍ଗପୁର ପେଟ୍ରୋଲ ପମ୍ପ ନିକଟରେ । ଘଟଣାସ୍ଥଳରୁ ହିଁ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ଏନେଇ ପୋଲିସ ଟ୍ରକକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।
ସୂଚାନୁଯାୟୀ , ଅ।ଜି ସକାଳେ ବାଇକ ଚାଳକ ଜଣକ ପେଟ୍ରୋଲ ପମ୍ପରୁ ତେଲ ପକାଇ ରୋଡ଼କୁ ବାହାରୁ ଥିବାବେଳେ ବ୍ରହ୍ମପୁର ପଟୁ ଆସୁଥିବା ଏକ ଟ୍ରକ ଭାରସାମ୍ୟ ହରାଇ ତାଙ୍କରି ଉପରେ ଓଲଟି ପଡିଥିଲା ଫଳରେ ଘଟଣା ସ୍ଥଳରେ ବାଇକ ଚାଳକ ସୁରମଣି ଗାଁର ଦଣ୍ଡପାଣି ନାୟକ (୫୫) ମୃତ୍ୟୁ ବରଣ କରିଥିବା ବେଳେ ପାଖରେ ଥିବା ନାତୁଣୀଟି ଛିଟିକି ହୋଇ ପଡିଯାଇଥିଲା । ନାତୁଣୀକୁ ଉଦ୍ଧାର କରି ଗୋବରା ମେଡିକାଲ କୁ ନିଆଯାଇଛି । ତେବେ ଟ୍ରକଟି ଭାରସମ୍ୟ ହରାଇ ଦୁର୍ଘଟଣା ଘଟିଛି ବୋଲି ପ୍ରାଥମିକ ସୂଚନା ମିଳିଛି ।