ଆଜିଠୁ ତୃତୀୟ ପର୍ଯ୍ୟାୟ ଟିକା କରଣ

0

(ଜୟନ୍ତ କୁମାର ସେଠି / ଗୋପ) ; ଗୋଟିଏ ପଟେ କରୋନା ସଂକ୍ରମଣ ବଢିବାରେ ଲାଗିଛି। ଅନ୍ୟପଟେ ସଂକ୍ରମଣକୁ ରୋକିବା ପାଇଁ ପାଇଁ ସରକାର ଟିକାକରଣ ଅଭିଯାନକୁ ଜୋରଦାର କରିଛନ୍ତି। ଆଜିଠାରୁ ୪୫ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଦିଆଯାଉଛି କରୋନା ଟିକା। ପୁରୀ ସହରରେ ମଧ୍ୟ ଟୀକା କରଣ ଆରମ୍ଭ ହୋଇଛି। ବଳିଆ ପଣ୍ଡା ସ୍ଥିତ ଦୋଳ ବେଦୀ କୋଣ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଟୀକା କରଣ ର ବ୍ୟବସ୍ଥା ହୋଇଛି। ଜିଲ୍ଲା ପ୍ରଶାସନ ଓ ରୋଟାରି କ୍ଲବ ର ମିଳିତ ଆନୁକୂଲ୍ୟରେ ଏହି କୋଭିଡ ଟୀକା କରଣ କରାଯାଉଛି। ଏ ନେଇ କୌଣସି ସାର୍ଟିଫିକେଟର ଆବଶ୍ୟକତା ନାହିଁ । ଆଜି ଓ ଆସନ୍ତା ୨ ତାରିଖ ଉତ୍କଳ ଦିବସ ଓ ଗୁଡ୍ ଫ୍ରାଇ ଡେ’ ପାଇଁ ଛୁଟି ଥିଲେ ବି ଟିକାକକରଣ ଅଭିଯାନ ଚାଲୁ ରହିବ।ସରକାର ଙ୍କ ଗାଇଡ଼ ଲାଇନ ଅନୁଯାୟୀ ଅଧିକ ଲୋକଙ୍କ ସଂସ୍ପର୍ଶରେ ଆସୁଥିବା ଷ୍ଟ୍ରିଟ ଭେଣ୍ଡର, ସେଲୁନ, ଗୁପଚୁପ ଦୋକାନୀ, ଶିକ୍ଷକ ମାନଙ୍କୁ ଟିକା ଦିଆଯିବ । , ଦୈନିକ ୨ ଲକ୍ଷ ଟିକାକରଣ ପାଇଁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର ।