କଳାବଜାରୀଙ୍କ ଆତଙ୍କ

(ସତ୍ୟ ନାରାୟଣ ପାଲ / ରାରଙ୍ଗପୁର): କରୋନା ମହାମାରୀ ସମୟରେ ଅମ୍ଳଜାନ ସିଲିଣ୍ଡରର ଅଭାବ ଥିବା ବେଳେ କଳା ବଜାରୀଙ୍କ କବ୍ଜାରେ ବିପୁଳ ପରିମାଣରେ ଅକ୍ସିଜାନ ସିଲିଣ୍ଡର। ବାରିପଦା ଟାଉନ ଥାନା ଅନ୍ତର୍ଗତ ତକତପୁର ହାଟ ପଡିଆ ଭିତର ଏକ ଦୋକାନ ଗୃହରୁ ବେପାର ପାଇଁ ରଖା ଯାଇଥିବା ୩୪ଟି ବଡ ସହିତ ୫ଟି ଛୋଟ ଅକ୍ସସିଜେନ ସିଲିଣ୍ଡର ଜବତ କରିଛି ଟାଉନ ଥାନା ପୋଲିସ । କୈାଣସି ଏକ ବିଶେଷ ସୂତ୍ରରୁ ଖବର ପାଇ ବାରିପଦା ଟାଉନ ଥାନା ପୋଲିସ ଓ ସ୍ୱତନ୍ତ୍ର ଟିମ ଘଟଣା ସ୍ଥଳରେ ଅତର୍କିତ ଭାବେ ଚଢ଼ାଉ କରିଛି । ଛୋଟ ୧୦କିଲୋ ଅକ୍ସସିଜେନ ସିଲିଣ୍ଡର ଦାମ ୨୧ହଜାରରେ ବିକ୍ରି କରୁଥିବା ଦୋକାନରେ ଉପସ୍ଥିତ ପିଲା ପ୍ରକାଶ କରିଛି । ବ୍ୟବସାୟୀ ଜଣକ ହେଲେ ବାଇଗଣବାଡ଼ିଆ ଅଞ୍ଚଳର କୁଶଳ କୁମାର ମହାନ୍ତ । ବ୍ୟବସାୟୀ ଜଣକ କେଉଁ କାରଣରୁ ଏକାଧିକ ମାତ୍ରାରେ ଅକ୍ସସିଜେନ ସିଲିଣ୍ଡର ରଖି ବ୍ୟବସାୟୀ କରୁଥିଲେ ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ ଭାବେ ଦେଖାଦେଇଛି । ବାରିପଦା ଟାଉନ ଭାରପ୍ରାପ୍ତ ଅଧିକାରୀ ବିରେନ୍ଦ୍ର ସେନାପତିଙ୍କ ଅଧିକ ତଦନ୍ତ ଜାରି ରଖିଛନ୍ତି।