ପୁରୀ ବାସୀଙ୍କ ସହଯୋଗ କାମନା କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

(ଜୟନ୍ତ କୁମାର ସେଠୀ) ; ମେ ୧୫ ତାରିଖ ଦିନ ଅକ୍ଷୟ ତୃତୀୟା । ଏହି ଦିନ ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା ନରେନ୍ଦ୍ର ପୁଷ୍କରିଣୀରେ ହେବ। ୨୧ ଦିନ ବ୍ୟାପି ଏହି ନୀତି ଅନୁଷ୍ଠିତ ହେବ। ତେବେ କୋଭିଡର ସ୍ଥିତିକୁ ନଜରରେ ରଖି ଅତି କମ ସେବାୟତଙ୍କୁ ନେଇ ଏହି ବିଶେଷ ନୀତି ହେବ। ପୂର୍ଵ ବର୍ଷ ଭଳି ଏଥର ମଧ୍ୟ କୌଣସି ଭକ୍ତଙ୍କୁ ଚନ୍ଦନ ଯାତ୍ରା ଦେଖି ବାକୁ ଅନୁମତି ଦିଆଯିବ ନାହିଁ। ପୁରୀ ବାସୀ ମହାପ୍ରଭୁଙ୍କ କାର୍ୟ୍ୟ ସବୁ ବେଳେ ସହଯୋଗ କରି ଆସିଛନ୍ତି। ଏଥର ବି ସେମାନେ କୋଭିଡ କଟକଣାକୁ ମାନି ଚନ୍ଦନ ଯାତ୍ରା ଆୟୋଜନରେ ପ୍ରଶାସନକୁ ସହଯୋଗ କରିବେ ବୋଲି ଆଶା ରଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିସନ କୁମାର । ସେହିପରି ଅକ୍ଷୟ ତୃତୀୟା ଠାରୁ ରଥ ଖଳା ରେ ତିନି ରଥ ନିର୍ମାଣର ଅନୁକୁଳ ହେବ। କୋଭିଡ ଗାଇଡ଼ ଲାଇନ ଅନୁଯାୟୀ ସେବାୟତ ଙ୍କ କୋଭିଡ ଟେଷ୍ଟ ସମେତ ଟୀକା କରଣ କରାଯାଉଚି। ଏଥର ବି ଦରକାର ପଡ଼ିଲେ ଜିଲ୍ଲା ପ୍ରଶାସନ ଚନ୍ଦନ ଯାତ୍ରା ବେଳେ ୧୪୪ ଧାରା ଜାରି କରିବାର ନିଷ୍ପତି ଜିଲ୍ଲାପାଳ ନେବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ କ୍ରମେ ରଥ ନିର୍ମାଣ ରେ ଥିବା ସେବକଙ୍କୁ କୋଭିଡ ଟୀକା ଶୀଘ୍ର ଶେଷ କରାଯିବ। ପରେ ୧୮ ରୁ ୪୪ ବର୍ଷ ଵ୍ୟକ୍ତିଙ୍କୁ କୋଭିଡ ଟୀକା ଦିଆଯିବ।ତେବେ ଏଥର ଯାହା ପରିସ୍ଥିତି ରହିଛି ଚଳିତ ବର୍ଷ ରଥଯାତ୍ରା ମଧ୍ୟ ପୂର୍ବ ବର୍ଷ ଭଳି ବିନା ଭକ୍ତରେ ହେବାର ସମ୍ଭାବନା ଥିବା ପରୋକ୍ଷରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି। କୋଭିଡ ସ୍ଥିତି ସୁଧୁରି ନ ଥିବା ହେତୁ ଏଥର ବି ରଥଯାତ୍ରା ଆୟୋଜନରେ କୋଭିଡ କଟକଣାକୁ ମାନି ପୁରୀ ବାସୀ ସହଯୋଗ କରିବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି। ପୁରୀ ବାସୀ ଙ୍କ ସହଯୋଗ ନ ରହିଲେ ଚଳିତ ବର୍ଷ ରଥଯାତ୍ରା ଅୟୋଜନ କରିବା ସହଜ ହେବ ନାହିଁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।