ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢିଚାଲିଛି ତାତି । ଆଜି ଠାରୁ ଅହୁରି ଉପରମୁହାଁ ପାରଦ ହେବାର ସମ୍ଭାବନା ରହିଛି । କୁହାଯାଉଛି ପଶ୍ଚିମ ଓଡିଶାର ଗୋଟିଏ ଦୁଇଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ପାର କରିବ ।ତେବେ ଆସନ୍ତା ୨୭ ତାରିଖ ଠାରୁ ଆହୁରି ତାତି ବଢିବାର ସମ୍ଭାବନା ରହିଛି । ବର୍ତ୍ତମା ରାଜ୍ୟରେ ପାଗ ଶୁଖିଲା ରହିଥିବା ବେଳେ ଆସନ୍ତା ୩ ଦିନରେ ତାପମାତ୍ରା ୩ରୁ ୫ଡିଗ୍ରୀ ବୃଦ୍ଧି ପାଇବ ବୋଲି କୁହାଯାଉଛି । ସେହିପରି ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ବଢିପାରେ ବୋଲି କୁହାଯାଉଛି । ରାଜ୍ୟରେ ୩୭ ଡିଗ୍ରୀ ଉପରେ ରହିଛି ୩ ସହରର ତାପମାତ୍ରା । ଦୁଇ ଦିନର କାଳବୈଶାଖୀ ବର୍ଷା ପରେ ଆଭ୍ୟନ୍ତରୀଣ ଓ ଉପକୂଳ ଓଡିଶାରେ ତାପମାତ୍ରା ହଠାତ ବୃଦ୍ଧି ପାଇଛି । ତେବେ ୩୦ ତାରିଖ ବେଳକୁ ପଶ୍ଚିମା ଝଡ ପ୍ରଭାବରେ କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।