ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଉପରେ ବଡ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ

ରିପୋର୍ଟର୍ସ ଟୁଡେ; ସୁପ୍ରିମ କୋର୍ଟଙ୍କ ବଡ ରାୟ । ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଉପରେ ବଡ ରାୟ ଶୁଣାଇଛନ୍ତି । ୧୮ ବର୍ଷରୁ କମ୍ ବୟସ୍କକଙ୍କୁ ଅଶ୍ଳିଳ ଭାବେ ଚିତ୍ରଣ କରିବା ଅପରାଧ ସେମାନଙ୍କ କଣ୍ଟେଣ୍ଟକୁ ଇଲେକ୍ଟ୍ରୋନିକ୍ସ କିମ୍ବା ଅନ୍ୟ କୌଣସି ଫର୍ମାଟରେ ପ୍ରକାଶ କରିବା ଏବଂ ଏହାକୁ ଅନ୍ୟମାନଙ୍କୁ ପଠାଇବା ଅପରାଧ ବିବେଚନା କରାଯିବ । ସୁପ୍ରିମକୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି କି, ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଡାଉନଲୋଡ୍ କିମ୍ବା କିମ୍ବା ଦେଖିବା ପୋକସୋ ଅଧିନିୟମ ଅନୁଯାୟୀ ଅପରାଧ । ଏହାସହିତ ଚାଇଲ୍ଡ ପଣ୍ଣୋଗ୍ରାଫି ବୃଦ୍ଧି ପାଉଛି । ଯାହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ୨୦୧୯ ମସିହାରେ ପୋସ୍କୋ ଆକ୍ଟରେ ପରିବର୍ତ୍ତନ କରିଥିଲେ । ୧୪ ଏବଂ ୧୫ ଅନୁଯାୟୀ, ଯଦି କେହି ଚାଇଲ୍ଡ ପଣ୍ଣୋଗ୍ରାଫି ଡାଉନଲୋଡ କରନ୍ତି,ସେୟାର କରନ୍ତି କିମ୍ବା ଦେଖନ୍ତି । ତେବେ ତାଙ୍କୁ ୩ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ,ଜୋରିମାନା କିମ୍ବା ଉଭୟ ଦଣ୍ଡରେ ଦଣ୍ଡିତ କରାଯାଇପାରେ । ଦ୍ୱିତୀୟ ଥର ଦୋଷୀ ହେଲେ ୫ରୁ ୭ବର୍ଷ ଜେଲଦଣ୍ଡ କରାଯାଇପାରେ।