ପୁରୀ : ନୂଆ ସରକାର ଆସିବା ପରେ ରତ୍ନଭଣ୍ଡାର ଖୋଲିବା ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ବଢିଯାଇଛି । କେବେ ଖୋଲିବ ରତ୍ନ ଭଣ୍ଡାର ଏ ନେଇ ଚର୍ଚ୍ଚା ଲାଗି ରହିଛି । ରତ୍ନଭଣ୍ଡାର ଖୋଲିବା ପାଇଁ ୧୬ ଜଣିଆ କମିଟି ଗଠନ କରିଛନ୍ତି ରାଜ୍ୟ ସରକାର । ହାଇକୋର୍ଟଙ୍କ ପୂର୍ବତନ ବିଚାରପତି ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ ହୋଇଛି । ଏନେଇ ଜଷ୍ଟିସ ବିଶ୍ୱନାଥ ରଥ ପ୍ରତିକ୍ରିୟା ଦେଇଛନ୍ତି ଯେ ସରକାର ମତେ ଏହି ଗୁରୁ ଦାୟିତ୍ୱ ଦେଇଛନ୍ତି ।ଏହା କଠିନ କାମ , କାରଣ ୧୯୯୮ ମସିହାରେ ଶେଷ ଥର ପାଇଁ ଗଣତି ହୋଇଥିଲା । ପୁଣି ୪୬ ବର୍ଷ ବରେ ଖୋଲାଯିବ ରତ୍ନଭଣ୍ଡାର । ଭିତର ପାଶ୍ୱର୍ ମରାମତି ଆବଶ୍ୟକ ରହିଥିବା ଭାରତୀୟ ପ୍ରତ୍ନତତ୍ୱ ବିଭାଗ କହିଛି । ରତ୍ନ ଭଣ୍ଡାର ଖୋଲିବା ନେଇ ଯେଉଁ କମିଟି ହେଇଛି ଆସନ୍ତା ୬ ତାରିଖରେ ତାର ପ୍ରଥମ ବୈଠକ ବସିବ ।
ବୈଠକରେ ସମସ୍ତ ଦିଗକୁ ବିଚାର କରାଯିବା ଯେଉଁ ଦାୟିତ୍ୱ ସରକାର ଦେଇଛନ୍ତି ତାକୁ ସଠିକ ସମୟରେ ସମାପନ କରିବାକୁ ଉଦ୍ୟମ କରାଯିବ ।ନୀତିକାନ୍ତିରେ କିପରି ବିଭ୍ରାଟ ନ ହୁଏ ସେଥିପ୍ରତି ଦୁଷ୍ଟି ଦେବାକୁ ହେବ । କମିଟିର ସମସ୍ତ ସଦସ୍ୟଙ୍କର ସହଯୋଗ ଏବଂ ଓଡିଶାବାସୀଙ୍କର ଆଶୀର୍ବାଦରେ ଏହି କାମ ସଠିକ ଭାବରେ ସମାପନ ହେବ ବୋଲି କହିଛନ୍ତି ଜଷ୍ଟିସ ବିଶ୍ୱନାଥ ରଥ ।