ଅସ୍ତରଙ୍ଗ ଦେବୀ ମୁହାଣରେ ଅଲିଭ ରିଡଲେ କଇଁଛଙ୍କ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ

(ମମତା ସାମଲ): ରାଜ୍ୟରେ ଖସୁଛି ପାରଦ ବଢୁଛି ଶୀତର ଲହରୀ । ଶୀତ ଋତୁ ଆସିଲେ ଅଲିଭ ରିଡଲେ କଇଁଛଙ୍କ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । କରୋନା କଟକଣା ଯୋଗୁଁ ସମୁଦ୍ରକୂଳରେ ଲୋକଙ୍କ ସଂଖ୍ୟା ହ୍ରାସ ପାଇଛି । ଏହା ସହ ସମୁଦ୍ର ଭିତରେ ଜାହାଜ ଏବଂ ମାଛ ଧରା ଡଙ୍ଗା ଉପରେ କଟକଣା ଲାଗିଛି । ଯାହା ଫଳରେ ଅଲିଭ ରିଡରେ କଇଁଛଙ୍କ ଅଣ୍ଡାଦାନ କୌଣସି ସମସ୍ୟା ହେଉନାହିଁ ।
ଅସ୍ତରଙ୍ଗ ଦେବୀ ମୁହାଣ ଅବବାହିକାରେ ସମୁଦ୍ର ମଧ୍ୟରେ ଅଲିଭ ରିଡଲେ କଇଁଛଙ୍କ ମିଳନ ପର୍ବ ଚାଲିଛି । ୨ଟି ଅଲିଭ ରିଡଲେ କଇଁଛ ଅପ୍ରତ୍ୟାଶିତ ଭାବେ ସମୁଦ୍ର କୂଳକୁ ଆସି ଅଣ୍ଡାଦାନ କରିଥିବା ବନ ବିଭାଗର ପାଟ୍ରୋଲିଂ ଟିମ୍ ଦେଖିବାକୁ ପାଇଛନ୍ତି ।