ଭାଇ ବାହାଘରରେ ନାଚି ଚାକିରୀ ହରାଇଲେ ଭଉଣୀ

(ରିପୋଟର୍ସ ଟୁଡେ) ; ଭାଇ ବାହାଘରରେ ନାଗିନ ଡ୍ୟାନ୍ସ କରିବା ମହଙ୍ଗା ପଡିଲା ସୁକିନ୍ଦା ତହସିଲଦାର ବୁଲ୍ବୁଲ୍ ବେହେରାଙ୍କୁ । ରାଜ୍ୟ ସରକାରଙ୍କ କୋଭିଡ କଟକଣାକୁ ଫୁ କରି ଏଭଳି ବିଶୃଙ୍ଖଳିତ କର୍ଯ୍ୟକଳାପ ପାଇଁ ତାଙ୍କୁ ନିଲମ୍ବନ କରିିଥିବା ଜଣା ପଡିଛି । ଗତ ମେ ୨୧ ତାରିଖ ଦିନ ଭାଇ ବାହାଘରରେ ନାଗିନ୍ ଡ୍ୟାନ୍ସ କରି ତହସିଲଦାର ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିଲେ । କୋଭିଡ୍ କଟକଣାକୁ ଫୁ କରି ୭୦ରୁ ୮୦ ବରଯାତ୍ରୀଙ୍କୁ ନେଇ ଜଗତସିଂହପୁର ଜିଲ୍ଲା ଜଗନ୍ନାଥପୁର ଗ୍ରାମରେ ରାତ୍ର ବେଳା ଶୋଭାଯାତ୍ରା କରି ରାଜରାସ୍ତାରେ ନାଗିନ୍ ଡ୍ୟନ୍ସ କରିଥିଲେ । ଯାହାକୁ ନେଇ ଗତ ମେ ୨୩ ତାରିଖ ଦିନ ସ୍ଥାନୀୟ ସରପଞ୍ଚ ସିଲାରାଣୀ ଖଣ୍ଡୁଆଳଙ୍କ ଏତଲା କ୍ରମେ ତିର୍ତ୍ତୋଲ ପୁଲିସ ମହାମାରି ଆଇନର ଧାରା ୩ ଓ ୫୧ ବିପର୍ୟ୍ୟୟ ପରିଚାଳନା ଧାରା ଭଳି ସଂଗୀନ ମାମଲା ରୁଜୁ କରିଥିଲା । ପରେ ଘଟଣାକୁ ନେଇ ମାନବାଧିକାର କମିସନ ପକ୍ଷରୁ ଚଳିତ ମାସ ୭ ତାରିଖ ଜଗତସିଂପୁର ଜିଲ୍ଲାପାଳଙ୍କୁ ସୁକିନ୍ଦା ତହସିଲଦାର ଶ୍ରୀମତୀ ବେହେରା କରିଥିବା କୋଭିଡ୍ କଟକଣା ଉଲ୍ଲଂଘନ ଓ ସର୍ବସାଧାରଣରେ ଉତ୍ସବ ପାଳନ କରି ନୃତ୍ୟ କରିବା ଉପରେ କାର୍ୟ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଯାହା ଉପରେ ରାଜ୍ୟ ସରକାରଙ୍କ ରାଜସ୍ୱ ବିଭାଗ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ କାର୍ୟ୍ୟରୁ ନିଲମ୍ବନ କରିଛି ।