ପାରାଦ୍ଵୀପ ବନ୍ଦର ରେ ଜାହାଜ ଏମ୍ ଭି ଡେନସା ଲାୟନ ଗିରଫ

ପାରାଦ୍ଵୀପ ବନ୍ଦର ରେ ଜାହାଜ ଏମ୍ ଭି ଡେନସା ଲାୟନ ଗିରଫ। ୪୨ ଲକ୍ଷ ୭୨ ହଜାର ରୁ ଉର୍ଦ୍ଧ୍ୱ ମେଣ୍ଟେନାନ୍ସ ଟଙ୍କା ବକେୟା କୁ ନେଇ ଗିରଫ । ଗିରଫ ନିର୍ଦ୍ଦେଶ ଦେଲେ ମାନ୍ୟବର ହାଇକୋର୍ଟ ଓଡ଼ିଶା । ଓ୍ବେପ‌ଏଣ୍ଟ ପୋର୍ଟ ସର୍ଭିସ୍ ଲିମିଟେଡ ର ବକେୟା ଟଙ୍କା ଦେଇନାହିଁ ଜାହାଜ କମ୍ପାନୀ। ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଗିରଫ ହୋଇ ଆଙ୍କରେଜ ରେ ରହିବ ଜାହାଜ। ଆଇରନ ପ୍ଲେଟ ନେବା ପାଇଁ ପାରାଦ୍ଵୀପ ଆସିଛି ଏମ୍ ଭି ଡେନସା ଲାୟନ। ବର୍ତମାନ ଉକ୍ତ ଜାହାଜ ପିଆଇସିଟି ବର୍ଥ ରେ ଲାଗିଛି। ଗତ ବର୍ଷକ ମଧ୍ୟରେ ଏହାକୁ ମିଶାଇ ୪ ରୁ ଉର୍ଦ୍ଧ୍ୱ ଜାହାଜ ପାରାଦ୍ଵୀପ ବନ୍ଦର ରେ ଗିରଫ ସୋଇସାରିଛନ୍ତି। ଗିରଫ ହେବା ପରେ ମାନ୍ୟବର ଅଦାଲତ ରେ ଆପୋଷ ସମାଧାନ ମଧ୍ୟରେ ପୂର୍ବରୁ ୩ ଟି ଜାହାଜ ଟଙ୍କା ପୈଠ କରି ମୁକୁଳି ଥିବା ବେଳେ ଏହି ଏମ୍ ଭି ଡେନସା ଲାୟନ ଜାହାଜ ପରବର୍ତ୍ତୀ ଶୁଣାଣି ଉପରେ ଜାହାଜର ଭାଗ୍ୟ ନିର୍ଭର କରୁଛି।