ଆମାଜନ ଅନଲାଇନ ବିକ୍ରିକୁ ନେଇ ସେବାୟତଙ୍କ ମନରେ ଅସନ୍ତୋଷ

ପୁରୀ- ମହାପ୍ରଭୁଙ୍କ ନିର୍ମାଲକୁ ଅନଲାଇନରେ ବିକ୍ରି କରିବାକୁ ନେଇ ତେଜିଲେ ଶ୍ରୀ ମନ୍ଦିରର ସେବାୟତ ।ଏତଲାକାରୀ ଶମ୍ଭୁନାଥ ଖୁଣ୍ଟିଆ ଏତଲାରେ ଲେଖିଛନ୍ତି ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ କୈାଣସି ସଂସ୍ଥାକୁ ଅନଲାଇନ ନିର୍ମାଲ୍ୟ ବିକ୍ରି କରିବାକୁ ଅନୁମତି ଦିଆଯାଇଥିବାବେଳେ ଆମାଜନ୍ ଭଳି ଅନଲାଇନ ସଂସ୍ଥା କିଭଳି ଭାବେ ଅନଲାଇନରେ ବିକ୍ରି କରୁଛନ୍ତି । ଅନଲାଇନରେ ଆମାଜନ ନିର୍ମାଲ୍ୟ ବିକ୍ରି କରୂୁଥିବା ନେଇ ସେବାୟତ ଶମ୍ଭୁନାଥ ଖୁଣ୍ଟିଆ ଥାନାରେ ଏତଲା ଦେବା ପରେ ଏହାକୁ ଶ୍ରୀମନ୍ଦିର ସେବାୟତ ସଂଘ ସମର୍ଥନ କରିଛି ।

ସୂଚନା ମୁତାବକ ଆମାଜନ କିଛିଦିନ ହେବ ନିର୍ମାଲ୍ୟକୁ ଅନଲାଇନରେ ବିକ୍ରି କରିଚାଲିଛି । ହେଲେ ସେବାୟତମାନେ ପ୍ରଶ୍ନ କରିଛନ୍ତି କି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିର୍ମାଲ୍ୟ ଅନଲାଇନରେ ବିକ୍ରି କରିବାକୁ କୌଣସି ସଂସ୍ଥାକୁ ଅନୁମତି ଦେଇନଥିବା ବେଳେ କିଭଳି ଭାବେ ଆମାଜନ୍ ଭଳି ଏକ ଖ୍ୟାତି ସମ୍ପର୍ଣ୍ଣ କମ୍ପାନୀ କିଭଳି ଭାବେ ଏହାକୁ ଅନଲାଇନରେ ବିକ୍ରି କରୁଛି ।କିଛିଦିନ ପୂର୍ବରୁ ରାଜ୍ୟସରକାର ଭକ୍ତ ମାନଙ୍କୁ ସହଜରେ ନିର୍ମାଲ୍ୟ ଯୋଗାଇ ଦେବାକୁ ଅନଲାଇନର ସହାୟତା ନେବାକୁ ଯୋଜନା କରିଥିଲେ । ହେଲେ ଏନେଇ କିଛି ସ୍ପଷ୍ଟଚିତ୍ର ପଦାକୁ ଆସିନଥିଲା । ହେଲେ ଏଭଳି ସ୍ଥଳରେ ଆମାଜନ ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବାକୁ ନେଇ ସେବାୟତଙ୍କ ଭିତରେ ଅସନ୍ତୋଷ ଦେଖା ଦେଇଛି । ତୁରନ୍ତ ପୋଲିସ ଏବାବଦରେ ତଦନ୍ତ କରି ଆମାଜନ୍ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ଶ୍ରୀମନ୍ଦିର ସେବାୟତ ମାନେ ।

Edit by sanjulata sahoo