(ହର ପ୍ରସାଦ ବିଷୋଇ / ଗଞାମ) ; ଗଞ୍ଜାମରେ ଆଜିଠୁ ଆରମ୍ଭ ହୋଇଛି ସେରୋ ସର୍ବେକ୍ଷଣ, ଏଥର ମପାଯାଉଛି ଶିଶୁଙ୍କ କରୋନା ପ୍ରତିରୋଧକ ଶକ୍ତି । ଜିଲ୍ଲା ୧୦ ଟି ସ୍ଥାନରେ ହେଉଛି ଏହି ସର୍ଭେ । ଖଲ୍ଲିକୋଟ ବ୍ଲକ ତାଳପଡା ପଂଚାୟତ ରେ ଆରମ୍ଭ ହେଲା ଏହି ସର୍ଭେ । ଏଥିପାଇଁ ଆଂଚଳିକ ଭେଷଜ ଗବେଷଣା କେନ୍ଦ୍ର (ଆରଏମଆରସି) ର ଏକ ସ୍ୱତନ୍ତ୍ର ଟିମ ଜିଲ୍ଲାରେ ପହଂଚିଛନ୍ତି । ଏମାନଙ୍କୁ ବିଭିନ୍ନ ଦଳରେ ବିଭକ୍ତ କରାଯାଇଛି । ସେମାନଙ୍କୁ ସହଯୋଗ ପାଇଁ ଲ୍ୟାବ ଟେକ୍ନିସିଆସନ ଏବଂ ଅନ୍ୟ କର୍ମଚାରୀ ମଧ୍ୟ ସାମିଲ ହେବେ । ଜିଲାରେ ଏହା ତିନି ଦିନ ଧରି ଚାଲିବ । ଜିଲ୍ଲାରେ ମୋଟ ୧୦ଟି ସ୍ଥାନ ଏହା ସର୍ବେକ୍ଷଣ କରାଯିବ ବୋଲି ଜଣାପଡିଛି । ପ୍ରତି ସ୍ଥାନରୁ ୪୦ ନମୂନା ସଂଗ୍ରହ କରାଯିବା ସ୍ଥିର କରାଯାଇଛି । ସେଥିରୁ ୨୮ଟି ସାବାଳକ, ୧୦ ରୁ ୧୭ ବର୍ଷ ୮ ଟି ଓ ୬ ରୁ ୯ ବର୍ଷ ୪ ଜଣ ଶିଶୁମାନଙ୍କ ନମୁନା ସଂଗ୍ରହ କରାଯିବ । ଏନେଇ ଏକ ଚାରି ଜଣିଆ ଟିମ ଖଲ୍ଲିକୋଟ ବ୍ଲକ ତାଳପଡା ପଂଚାୟତ ଏବଂ ସେରଗଡ ବ୍ଲକ ଗୋଠଗାଁ ପଞ୍ଚାୟତ ରେ ପହଂଚି ନମୁନା ସଂଗ୍ରହ କରିଛନ୍ତି । କରୋନାରେ କେତେକ ଲୋକଙ୍କ ଶରୀରରେ କରୋନା ପ୍ରତିରୋଧକ ଶକ୍ତି ବା ଆଂଟି ବଡି ସୃଷ୍ଟି ହୋଇଛି ତାହାକୁ ମାପିବା ପାଇଁ ଏହି ସର୍ଭେ କରାଯାଉଛି । କରୋନ ୩ୟ ଲହରୀରେ ଶିଶୁ ମାନଙ୍କୁ ଆକ୍ରାନ୍ତ ହେବାର ଆଶଙ୍କା ଥିବାରି ପ୍ରଥମଥର ପାଇଁ ଶିଶୁମାନଙ୍କ ଏହି ସର୍ବେକ୍ଷଣ ସାମିଲ ହୋଇଛନ୍ତି ।