ସରପଞ୍ଚ ଦେଖାଇଲେ ମଣିଷପଣିଆ

(ରଜନୀ କାନ୍ତ ପାତ୍ର / ହିଞିଳି) ; ଯେତେ ବି ବଡ ପଦବୀରେ ରହନ୍ତୁନା କାହିଁକି କିନ୍ତୁ ମଣିଷ ପଣିଆ ଏବେ ବି ରହିଛି ଜ୍ଝ କୁହାଯାଏ କି ଯେତେବେଳେ ମଣିଷ ବଡ ପଦବୀ କିମ୍ବା ଧନ ଦୌଲତର ଅଧିକାରୀ ହୋଇଥାଏ ସେତେବେଳେ ତାଙ୍କ ପ୍ରଶାସନିକ ସ୍ତରର ଜଣେ ଉଚ୍ଚ ପଦସ୍ତ ଅଧିକାରୀ, ଭଞ୍ଜନଗର ବ୍ଲକ ଅନ୍ତର୍ଗତ ମୁଜାଗଡ଼ ପଞ୍ଚାୟତ ସରପଞ୍ଚ ଶ୍ରୀମାନ ଶିବ ଶଙ୍କର ପ୍ରଧାନ । ଏମିତି ଅନେକ ହେଲା ପରେ ପରିବାର ଲୋକ ମୁହଁ ଫେରେଇ ନେଉଛନ୍ତି ଜ୍ଝଆଜି ସେମିତି ଏକ ଘଟଣା ଦେଖିବାକୁ ମିଳିଥିଲା ଭଞ୍ଜନଗର ସ୍ଥିତ ଉତ୍ସର୍ଗୀକୃତ କୋଭିଡ କେୟାର ସେଣ୍ଟର ବା ଡିସିଏଚସି ରେ, ଭଞ୍ଜନଗର ମୁଜାଗଡ଼ ବାସିନ୍ଦା ଶଶୀ ପ୍ରଧାନ , ବୟସ ୬୦ କୋଭିଡ ସଂଦିଗ୍ଦରେ ମୃତ୍ୟୁପରେ ପରିବାର ଲୋକ ଶବକୁ ନେବାକୁ ମନା କରିଦେଇଥିଲେ । ଏହି ଖବର ଶୁଣିବା ପରେ ନିଜେ ସରପଞ୍ଚ ମହୋଦୟ ଏବଂ ୨ ଜଣ ସମାଜ ସେବୀ ଙ୍କ ସହ ମିଶି ଶବ ଉଠେଇବା ସହ ଗ୍ରାମର ଶେଷ ଭାଗରେ ଥିବା ସ୍ମଶାନରେ ଅପରାହ୍ନ ୧୧ଟା ସମୟରେ ଶବ ସତ୍କାର କରି ମାନବିକତାର ପରିଚୟ ଦେଇଛନ୍ତି । ଯୁବ ସରପଞ୍ଚଙ୍କ ଏହି ଭଳି ମଣିଷ ପଣିଆ ଦେଖି ଅଞ୍ଚଳ ବାସି ଭୁରି ଭୁରି ପ୍ରଶଂସା କରିଛନ୍ତି !