ଭଦ୍ରକ/ସେକ ଫାଇଜାନ କାଦ୍ରି: ମନ୍ଦିରରୁ ଚୋରି ବେଳେ କ୍ୟାମେରାରେ ଧରାପଡ଼ିଲା ଲୁଟେରା । ଭଦ୍ରକ ଟାଉନ ଥାନା ଅଧୀନ ଜାନୁଗଞ୍ଜସ୍ଥିତ ଶନି ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ ଚୋରି ହୋଇଛି । ତେବେ ଲୁଟେରା ଚୋରି କରୁଥିବା ସମୟର ଭିଡିଓ ସିସିଟିଭିରେ କଏଦ ହୋଇଛି । ଲୁଟେରା ଜଣକ ମନ୍ଦିରର ଦାନ ବାକ୍ସକୁ ଭାଙ୍ଗି ବାହାରେ ଫିଙ୍ଗି ଦେବା ସହ, ତା ମଧ୍ୟରୁ ପଇସା ନେଇଯାଇଥିବା ସୂଚନା ମିଳିଛି । ଏଥିସହ ଠାକୁରଙ୍କର ମୁକୁଟ ସହ ଅନେକ କିଛି ଜିନିଷ ଚୋରି ହୋଇଥିବାର ସୂଚନା ମିଳିଛି । ଗତକାଲି ବିଳମ୍ବିତ ରାତିରେ ମନ୍ଦିର ଗ୍ରିଲର ତାଲା ଭାଙ୍ଗି ଏଭଳି ଉପାୟରେ ଲୁଟ କରିଛନ୍ତି ଲୁଟେରା ।