ନିରାକାରପୁର ଠାରେ ଦି ଆର ୱନ୍ ଏକାଡେମୀ ଉଦଘାଟିତ

0

ଟାଙ୍ଗି/ ରାକେଶ କୁମାର ଜଗଦେବ  : ଏକ ବର୍ଣ୍ଣାଢ଼୍ୟ ପରିବେଶ ଭିତରେ ନିରାକାରପୁର ଷ୍ଟେସନ ବଜାର ନିକଟସ୍ଥ ଶନି ମନ୍ଦିର ଠାରେ ଥିବା ଅରୋମିରା ପବ୍ଲିକ ସ୍କୁଲ  ପରିସରରେ ଉଦଘାଟିତ ହେଲା ପ୍ରତିଯୋଗିତାମୂଳକ ଶିକ୍ଷାନୁଷ୍ଠାନ  THE R1 ACADEMY ।

ଏହି ଭବ୍ୟ ଉଦଘାଟନୀ ଉତ୍ସବରେ ସମ୍ମାନିତ  ମୁଖ୍ୟ  ଅତିଥି ଭାବରେ ଓଡ଼ିଶାର ସୁନାମଧନ୍ୟ ମଞ୍ଚ ପରିଚାଳକ ଭାଷାବିତ ତଥା ଇଂରାଜୀ ଅଧ୍ୟାପକ  ଶ୍ରୀଯୁକ୍ତ ମୃତ୍ୟୁଞ୍ଜୟ ରଥ, ସମ୍ମାନିତ ଅତିଥି ଆଇନଷ୍ଟାଇନ ଇଞ୍ଜିନିୟରିଂ କଲେଜର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅବଦୁଲ କଲାମ, ସମ୍ମାନିତ ମୁଖ୍ୟ  ବକ୍ତା ଭାବରେ ଅଧ୍ୟକ୍ଷ ସୁଧାଂଶୁ ଶେଖର ଦାଶ, ସମ୍ମାନିତ ଅତିଥି ଭାବରେ THE R1 ACADEMYର ନିର୍ଦ୍ଦେଶକ ଶ୍ରୀ ରାଜେନ୍ଦ୍ର କୁମାର ରଥ, ନିରାକାରପୁର ଶାଖାର ପରିଚାଳକ ନିର୍ଦ୍ଦେଶକ ଶ୍ରୀ ଦୁର୍ଗା ପ୍ରସାଦ ନାଥ ଶର୍ମା, ସମ୍ପାଦକ ଶ୍ରୀ ଶକ୍ତି ପଟ୍ଟନାୟକ ଓ ଅନୁଷ୍ଠାନର ସହସମ୍ପାଦକ ଶ୍ରୀ ଦେବୀପ୍ରସାଦ ପଟ୍ଟନାୟକ, ଜିଲ୍ଲାପରିଷଦ ସଭ୍ୟ ଶ୍ରୀ ବିଜୟ କୁମାର୍ ପାଲଟାସିଂ, ସରପଞ୍ଚ ବିନୋଦିନୀ ଦାଶଙ୍କ ସହ ଅଂଚଳର ବିଶିଷ୍ଟ ଶିକ୍ଷାବିତ, ଶିକ୍ଷକ,  ଶିକ୍ଷା କ୍ଷେତ୍ରରେ ପ୍ରତିଷ୍ଠିତ ବୁଦ୍ଧିଯିବିମାନଙ୍କ ସହ ଅନେକ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ରହି ଅନୁଷ୍ଠାନର ଦୀର୍ଘଯିବି କାମନା କରିବା ସହ ପ୍ରତିଯୋଗୀତା ମୂଳକ ପରୀକ୍ଷାରେ ଏହି ଅନୁଷ୍ଠାନଟି ନିଶ୍ଚିତ ଭାବରେ ଛାତ୍ରଛାତ୍ରୀମାନଙ୍କ ପାଇଁ ସହାୟକ ହେବ ବୋଲି ମତପୋଷଣ କରିଥିଲେ ।