ନୂଆଦିଲ୍ଲୀ: ଉତ୍ତରାଖଣ୍ଡର କେଦାରନାଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ସକାଳୁ ପ୍ରଧାନମନ୍ତ୍ରୀ ମୋଦି ଡେରୁଡୁନ ବିମାନ ବନ୍ଦରରେ ପହଞ୍ଚିବା ପରେ ଉତ୍ତରାଖଣ୍ଡ ରାଜ୍ୟପାଳ ଗୁରମିତ ସିଂ ଏବଂ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ମୋଦିଙ୍କୁ ସ୍ବାଗତ କରିଥିଲେ । ନରେନ୍ଦ୍ର ମୋଦି କେଦାରନାଥରେ ପହଞ୍ଚି ବାବାଙ୍କ ଦର୍ଶନ କରିଛନ୍ତି । କେଦାରନାଥଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ମନ୍ଦିରରେ ବାବାଙ୍କ ଦର୍ଶନ କରିବା ପରେ ଅନେକ ବିକାଶମୂଳକ କାର୍ୟ୍ୟର ତଦାରଖ କରିବେ ମୋଦି । ୧୦୦ କୋଟିରୁ ଉର୍ଦ୍ଧ ଟଙ୍କା ମୂଲ୍ୟରେ ନିର୍ମାଣ ହୋଇଥିବା ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବେ ମୋଦି । ୨୦୧୩ ପ୍ରାକୃତିକ ବିପର୍ୟ୍ୟୟରେ ଏହି ସ୍ଥାନ କ୍ଷତିଗ୍ରସ୍ତ ହୋଇଥିଲା । ପ୍ରଧାନମନ୍ତ୍ରୀ ହେବା ପରେ ସେ ପଞ୍ଚମ ଥର ଲାଗି ଏହି ତୀର୍ଥସ୍ଥଳ ଗସ୍ତ କରିଛନ୍ତି । କୋଦାରନାଥରେ ପଂହଚି ସେ ପ୍ରଥମେ ମନ୍ଦିରକୁ ଯାଇଥିଲେ । ମନ୍ଦିର ପରିକ୍ରମା ଓ ଆରତୀ କରିବା ପରେ ଗର୍ଭଗୃହରେ ପଶି ସେ ବାବାଙ୍କ ରୁଦ୍ରାଭିଷେକ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଏହି ଐତିହାସିକ ଗସ୍ତକୁ ଦେଖିବା ପାଇଁ ଦେଶର ବିଭିନ୍ନ ଶିବ ମନ୍ଦିରରେ ବ୍ୟବସ୍ଥା କରାଯାଇଥିଲା । ଚାରିଧାନ ସହ ଏହି ଗସ୍ତକୁ ରାଷ୍ଟ୍ରୀୟ କାର୍ୟ୍ୟକ୍ରମ କରିବାକୁ ୮୭ଟି ଶିବ ମନ୍ଦିରରେ ଏଲଇଡି ଲଗାଯାଇଛି ।