ପବିତ୍ର ରଥଯାତ୍ରା ଅବସରରରେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ଶୁଭେଚ୍ଛା

ଆଜି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ବଡଦାଣ୍ଡରେ ଭକ୍ତଗଣଙ୍କୁ ରଥ ଉପରେ ଦର୍ଶନ ଦେବେ ତିନି ଠାକୁର । ଏନେଇ ଏବେ ଦେଶବିଦେଶରୁ ଓଡିଶାକୁ ଛୁଟୁଛି ଶୁଭେଚ୍ଛାର ସୁଅ । ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ତାଙ୍କ ପକ୍ଷରୁ ସୋସିଆଲ ମିଡିଆରେ ଏକ ପୋଷ୍ଟ ମଧ୍ୟ ସେୟାର କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରାର ପବିତ୍ର ଅବସରରେ ସମସ୍ତ ଦେଶବାସୀଙ୍କୁ ମୋର ଶୁଭକାମନା । ମୁଁ କାମନା କରୁଛି ଯେ ବିଶ୍ବାସ ଏବଂ ଭକ୍ତିର ଏହି ପବିତ୍ର ପର୍ବ ଜୀବନରେ ସୁଖ, ସମୃଦ୍ଧି,ସୌଭାଗ୍ୟ ଏବଂ ଉତ୍ତମ ସ୍ବାସ୍ଥ୍ୟ ଆଣିଦେଉ । ଜୟ ଜଗନ୍ନାଥ !

ଅନ୍ୟପଟେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମହାପ୍ରଭୁ ଜଗନ୍ନାଥ ରଥଯାତ୍ରା ଆରମ୍ଭ ହେବା ଅବସରରେ ଭକ୍ତମାନଙ୍କୁ ତାଙ୍କର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏନେଇ ଏକ ପୋଷ୍ଟ ଜାରି କରି ରାଷ୍ଟ୍ରପତି ଲେଖିଛନ୍ତି, “ପବିତ୍ର ରଥଯାତ୍ରା ଅବସରରେ, ମୁଁ ଭାରତ ଏବଂ ବିଦେଶରେ ରହୁଥିବା ପ୍ରଭୁ ଜଗନ୍ନାଥଙ୍କ ଭକ୍ତମାନଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି। ଲକ୍ଷ ଲକ୍ଷ ଭକ୍ତ ରଥ ଉପରେ ପ୍ରଭୁ ବଳଭଦ୍ର, ପ୍ରଭୁ ଶ୍ରୀ ଜଗନ୍ନାଥ, ଦେବୀ ସୁଭଦ୍ରା ଏବଂ ଚକ୍ରରାଜ ସୁଦର୍ଶନଙ୍କୁ ଦର୍ଶନ କରି ଦିବ୍ୟ ଆନନ୍ଦ ଅନୁଭବ କରନ୍ତି।”