ନୂଆଦିଲ୍ଲୀ: ବଢିଲା ସୁନା ଦର । ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି ସୁନା । ଭାରତରେ ପ୍ରଥମ ଥର ପାଇଁ ୧୦ ଗ୍ରାମ ପିଛା ସୁନା ର ଦାମ ୭୬,୦୦୦ ଟଙ୍କା ଅତିକ୍ରମ କରିଛି। ୨୪ କ୍ୟାରେଟ୍ ୧୦ ଗ୍ରାମ ସୁନାର ଦାମ୍ ୭୬,୯୫୦ରେ ପହଞ୍ଚିଛି। ଦିଲ୍ଲୀ, ଜୟପୁର, ଲକ୍ଷ୍ନୌ ଏବଂ ଚଣ୍ଡିଗଡ଼ ଭଳି ବଡ଼ ସହରରେ ଏହି ବୃଦ୍ଧି ଘଟିଛି।ସୁନାର ଦାମ୍ ଗତ ସେସନ୍ରେ ୧% ଅଧିକ ବଢ଼ିବା ପରେ ଆନ୍ତର୍ଜାତୀୟ ବଜାରରେ ଏହାର ମୂଲ୍ୟ ରେକର୍ଡ ସ୍ତରରେ ପହଞ୍ଚିଛି। ଆନ୍ତର୍ଜାତୀୟ ବଜାରରେ ସ୍ପଟ୍ ସୁନା ମୂଲ୍ୟ ୦.୩% ବୃଦ୍ଧି ହୋଇ ଏକ ଆଉନ୍ସ ପିଛା ୨୬୬୫ ଡଲାରରୁ ଅଧିକ ରହିଛି।
ସେହିପରି ରୁପା ମୂଲ୍ୟରେ ମଧ୍ୟ ୪.୬% ବୃଦ୍ଧି ହୋଇ ଚାରି ମାସ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି।
ସେହିପରି ମଙ୍ଗଳବାର ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍ ସୁନା ଦରରେ ୨୧୦ ଟଙ୍କା ବୃଦ୍ଧି ଘଟିଛି । ଫଳରେ ଏହା ୭୬,୩୬୦ ଟଙ୍କାରେ ପହଞ୍ଚିଛି । ୨୨ କ୍ୟାରେଟ୍ ସୁନା ଦରରେ ୨୦୦ ଟଙ୍କା ବୃଦ୍ଧି ଘଟିଛି । ୧୦ ଗ୍ରାମ ପିଛା ଏହା ୭୦,୦୦୦ ଟଙ୍କା ଛୁଇଁଛି । କିଲୋଗ୍ରାମ ପିଛା ରୁପା ଦର ୯୮,୦୦୦ ଟଙ୍କାରେ ଅପରିବର୍ତ୍ତିତ ରହିଥିବା ଜଣାପଡ଼ିଛି । ଚଳିତବର୍ଷ ଏଯାବତ ସୁନା ଦର ୧୧,୦୦୦ ଟଙ୍କାରୁ ଅଧିକ ବଢ଼ିଛି ।