(ଜୟନ୍ତ କୁମାର ସେଠୀ / ଗୋପ) ; ଭାରତରେ ନିର୍ମିତ କରୋନା ଟୀକା କୌଣସି ରାଜନୈତିକ ଦଳ କିମ୍ବା କୌଣସି ନିର୍ଦ୍ଧିଷ୍ଟ ନେତାଙ୍କର ନୁହେଁ… ଏହା ଭାରତର ବୈଜ୍ଞାନିକଙ୍କ ଗବେଷଣା ଏବଂ ଅଦମ୍ୟ ଚେଷ୍ଟାର ଫଳ… ତେଣୁ ଏହାକୁ ନେଇ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଦେଇଥିବା ମନ୍ତବ୍ୟ ରାଷ୍ଟ୍ର ବିରୋଧୀ… ତେଣୁ ଏହା ବିରୋଧରେ ବିଜେପି ରାଷ୍ଟ୍ରୀୟ ଅଧକ୍ଷ ଜେ ପି ନଡ୍ଡାଙ୍କ ଆହ୍ୱାନକୁ ସମର୍ଥନ କରି ଆଜି ପୁରୀଜିଲ୍ଲା ବିଜେପି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଶ୍ରୀମତୀ ଗାନ୍ଧୀଙ୍କ ମନ୍ତବ୍ୟକୁ ଘୋର ବିରୋଧ କରାଯାଇଛି । ପୁରୀଜିଲ୍ଲା ବିଜେପି ସଭାପତି ଶ୍ରୀଯୁକ୍ତ ଆଶ୍ରିତ ପଟ୍ଟନାୟକ ଏହାକୁ ଘୋର ବିରୋଧ କରିବା ସହ ରାଜ୍ୟ ସରକାରଙ୍କ କରୋନା ଟୀକାକରଣ ବ୍ୟବସ୍ଥାକୁ ସମାଲୋଚନା କରିଥିବା ବେଳେ ପ୍ରତ୍ୟେକ ପଞ୍ଚାୟତ, ମୁନିସିପାଲଟି ଏବଂ ବିଜ୍ଞାପିତ ଅଞ୍ଚଳରେ ଟୀକା ଦେବା ପାଇଁ ବ୍ୟବସ୍ଥା କରନ୍ତୁ । କେନ୍ଦ୍ର ସରକାର କରୋନା ଟୀକାକରଣ ପାଇଁ ବହୁ ବ୍ୟବସ୍ଥା କରୁଥିବା ବେଳେ ରାଜ୍ୟ ସରକାର ଏହାକୁ ସଠିକ ପରିଚାଳନା କରିପାରୁନଥିବା ଯୋଗୁଁ ଅନେକ ସମସ୍ୟା ଦେଖାଯାଉଛି । ତେଣୁ ରାଜ୍ୟ ସରକାର ରାଜନୀତିରୁ ଉର୍ଦ୍ଧରେ ରହି କରୋନା ଟୀକା କିଭଳି ଗାଁ ଠୁଁ ସହର ପର୍ୟ୍ୟନ୍ତ ସବୁଠି ପହଞ୍ଚିବା ସହ ଟୀକାକରଣ ସୁଚାରୁ ରୂପେ ହୋଇପାରିବ ତାହାର ଉପଯୁକ୍ତ ପଦକ୍ଷେପ ନିଅନ୍ତୁ ବୋଲି ଶ୍ରୀଯୁକ୍ତ ପଟ୍ଟନାୟକ ନିବେଦନ କରିଛନ୍ତି । ବିଶେଷକରି ସାମୁଦ୍ରିକ ଝଡ଼ବାତ୍ୟା ଫନୀ ପୁରୀଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିବା ବେଳେ ଆଜିକୁ ଦୁଇ ବର୍ଷ ବିତି ସାରିଲାଣି ହେଲେ ଏପର୍ୟ୍ୟନ୍ତ ବିପନ୍ନ ଭଙ୍ଗା ଘର କିମ୍ବା ପଲିଥିନ ତଳେ ମୁଣ୍ଡ ଗୁଞ୍ଜିଛନ୍ତି । ଆସନ୍ତା ବର୍ଷା ପୂର୍ବରୁ ପ୍ରକୃତ ହିତାଧିକାରୀ ଚିହ୍ନଟ କରାଯାଇ ଫନୀ ସହାୟତା, ପକ୍କାଘର ନିର୍ମାଣ ସହାୟତା ଏବଂ ଅଚଳ କରାଯାଇଥିବା ବ୍ୟାଙ୍କ ଜମାଖାତାକୁ ତୁରନ୍ତ ସଚଳ କରାଯିବା ପାଇଁ ଦାବୀ କରାଯାଇଛି ।