ଭୁବନେଶ୍ୱର:ଆସନ୍ତା ୪ରୁ ହେବାକୁ ଯାଉଛି ଓଜେଇଇ ପ୍ରବେଶିକା ପରୀକ୍ଷା । ଏନେଇ ସୂଚନା ଦେଇଛନ୍ତି ଓଜେଇଇ ଅଧ୍ୟକ୍ଷ ପ୍ରଫେସର ସୁଦୀପ କୁମାର ଚାନ୍ଦ । ପରୀକ୍ଷା ୪ ତାରିଖରୁ ଆରମ୍ଭ ହୋଇ ୮ତାରିଖ ଯାଏ ଚାଲିବ । ପ୍ରତିଦିନ ୩ଟି ସିଟିଂରେ ପରୀକ୍ଷା ହେବ । ୪ ତାରିଖରେ ହେବାକୁ ଥିବା ତିନୋଟି ଯାକ ସିଟିଂରେ ଲାଟେରାଲ୍ ଏଣ୍ଟ୍ରି ପରୀକ୍ଷା ହେବ । ୫ ତାରିଖ ଦିନ ଏମସିଏ,ଏମଏସସି କଂପ୍ୟୁଟର ସାଇନ୍ସ ,ଏମଟେକ୍ ,ଏମଆର୍କ,ଏମଫାର୍ମ ଓ ବି କ୍ୟାଟ୍ ପରୀକ୍ଷା, ୬ ତାରିଖ ଦିନ ଏମବିଏ,ଲାଟେରାଲ୍ ଏର୍ଣ୍ଟି ଫାର୍ମ,ଲାଟେରାଲ୍ ଏର୍ଣ୍ଟି ଟେକ୍ ଓ ବି କ୍ୟାଟ୍ ପରୀକ୍ଷା କରାଯିବ ।କେବଳ ୭ ତାରିଖରେ ଗୋଟିଏ ସିଟିଂରେ ପରୀକ୍ଷା ହେବ ବୋଲି ଓଜେଇ କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି । ସେହିପରି ୭ ତାରିଖରେ ଇଣ୍ଟିିଗ୍ରେଟେଡ୍ ଏମବିଏ ଓ ଲାଟେରାଲ୍ ଏଣ୍ଟ୍ରି ଟେକ୍ ଓ ୮ ତାରିଖ ଦିନ ଫାର୍ମ ପରୀକ୍ଷା ଅନୁଷ୍ଠିତ ହେବ । ପ୍ରଥମ ସିଟିଂ ପରୀକ୍ଷା ସକାଳ ୯ଟା ରୁ ୧୧ଟା, ୨ୟ ସିଟିଂ ପରୀକ୍ଷା ୧୨ଟା ୩୦ରୁ ୨ଟା ୩୦ ଓ ୩ୟ ସିଟିଂ ପରୀକ୍ଷା ୪ଟା ରୁ ସନ୍ଧ୍ୟା ୬ଟା ପଯ୍ୟର୍ନ୍ତ ହେବ । ପରୀକ୍ଷା ରେ ଅଂଶଗ୍ରହଣ କରିବାକୁ ଥିବା ଛାତ୍ରଛାତ୍ରୀ ଓଜେଇଇ େଓ୍ଵସାଇଟ୍ରୁ ନିଜ ନିଜର ଆଡମିଟ୍ କାର୍ଡ ଡାଉନଲୋଡ୍ କରିବେ ।