ବିସ୍ଫୋରଣରେ ଭୁଶୁଡିଲା ନୋଭା କାଖୋଭକା ନଦୀବନ୍ଧ

ବହୁ ଦିନରୁ ଜାରି ରହିଛି ଋଷ ଓ ୟୁକ୍ରେନ ଯୁଦ୍ଧ । ଚାଲିଥିବା ଯୁଦ୍ଧ ମଧ୍ୟରେ ଖେରସନଠାରେ ଥିବା ନୋଭା କାଖୋଭକା ନଦୀବନ୍ଧ ଭାଙ୍ଗିଯାଇଛି । କିନ୍ତୁ ଏହି ନଦୀବନ୍ଧ କିଏ ଭାଙ୍ଗିଲା ତାହାକୁ ନେଇ ସ୍ପଷ୍ଟ ହୋଇନାହିଁ । ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ଦୋଶ ଲଦା ଲଦି ହେଉଛନ୍ତି ।କେତେବେଳେ ରୁଷ ସେନା ବୋମା ମାଡ଼ କରି ଭାଙ୍ଗିଥିବା ୟୁକ୍ରେନ ଅଭିଯୋଗ କରୁଥିବା ବେଳେ କେତେବେଳେ ରୁଷ ମଧ୍ୟ ୟୁକ୍ରେନ ଉପରେ ଅଭିଯୋଗ ଲଗାଇଛି । ଏହି ନଦୀବନ୍ଧ ଭାଙ୍ଗିବା ପରେ ଆଖପାଖ ଅଂଚଳରେ ବନ୍ୟା ହୋଇଛି ଓ ଜଳବିଦ୍ୟୁତ କେନ୍ଦ୍ରରୁ ବିଦ୍ୟୁତ ଉତ୍ପାଦନ ବନ୍ଦ ହୋଇଯାଇଛି । ଫଳରେ ଆଖପାଖ ଅଂଚଳରେ ରହୁଥିବା ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଉଛି । ପୂର୍ବରୁ ହିଁ ରୁଷ ବୋମାମାଡ଼ କରି ୟୁକ୍ରେନର କେତେକ ବିଦ୍ୟୁତ କେନ୍ଦ୍ରକୁ ନଷ୍ଟ କରିଦେଇଥିବା ବେଳେ ଏବେ ଏହି ନଦୀବନ୍ଧ ଭାଙ୍ଗିବା ପରେ ବିଦ୍ୟୁତ ସଂକଟ ଆହୁରି ବଢିବା ଆଶଙ୍କା କରାଯାଉଛି ।