ପିଲା ଚୋର ଦନ୍ଦେହରେ ଯୁବକକୁ ଅଟକ ରଖିଲେ ସ୍ଥାନୀୟ ଲୋକ

ଟାଙ୍ଗି / ରାକେଶ କୁମାର ଜଗଦେବ : ପିଲା ଚୋର ସନ୍ଧେହରେ ଯୁବକ ଅଟକ । ଦୁଇ ଜଣକ ମଧ୍ୟ୍ୟରୁ ଜଣେ ଫେରାର ଥିବା ବେଳେ ଆଜି ସକାଳ ସମୟରେ ଦୁଇଜଣ ଯୁବକ ସନ୍ଦେହଜନକ ଅବସ୍ଥାରେ ଖୋର୍ଦ୍ଧା ଜିଲ୍ଲା ନିରାକାର ପୁର ଥାନା ବୋଡଙ୍ଗରା ଅଞ୍ଚଳରେ ବୁଲୁଥିଲେ । ସ୍ଥାନୀୟ ଯୁବକ ମାନଙ୍କର ସନ୍ଦେହ ହେବାରୁ ଯୁବକ ଦ୍ୱୟଙ୍କୁ ପଚରା ଉଚରା କରୁ କରୁ ଜଣେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଅନ୍ୟ ଜଣକୁ ଧରି ପଚରାଉଚରା କରୁଥିଲେ ସ୍ଥାନୀୟଲୋକେ । ଅଟକ ଯୁବକର ପରିଚୟ ମିଳିନଥିବା ବେଳେ ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଦେଇଥିଲା । ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ନିରାକାର ପୁର ପୋଲିସ ଘଟଣା ସ୍ଥଳରେ ପହଁଚି ଅଟକ ଯୁବଙ୍କୁ ନିଜ ହେପାଜତ କୁ ନେବା ସହ ତଦନ୍ତ ଆରମ୍ଭ କରିଛି ।