ଲାୟନ୍ସ କ୍ଳବ ପକ୍ଷରୁ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

(ଜଳେଶ୍ୱର / ଅଜିତ କୁମାର ସାହୁ ) : ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ସ୍ଥିତ ମହିସାପଟା ଗ୍ରାମରେ ସ୍ବର୍ଗତଃ ମହେନ୍ଦ୍ର ବେହେରାଙ୍କ ସ୍ମୃତି ଅବସରରେ ଲାୟନ୍ସ ହସ୍ପିଟାଲ ସହାୟତାରେ ଲାୟନ୍ସ କ୍ଳବ ମିତ୍ରପୁର୍ ଦ୍ୱାରା ଏକ ଚକ୍ଷୁ ପରୀକ୍ଷା ଓ ମୋତିଆ ବିନ୍ଦୁ ନିରୁପଣ ଶିବିର ଅନୁଷ୍ଠିତ ହୋଇ ଯାଇଛି। ପ୍ରାୟ ୧୨୦ ରୁ ଉର୍ଧ୍ଵ ରୋଗୀଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିବା ବେଳେ ସେଥିରୁ ୨୦ ଜଣଙ୍କର ମାଗଣା ମୋତିଆବିନ୍ଦୁ ଅସ୍ତ୍ରୋପଚାର କରାଯାଇ ଔଷଧ, ଓ ଚଷମା ଯୋଗାଇବାର ବ୍ୟବସ୍ଥା କରାଯାଇଥିଲା। ଏହି ଶିବିରକୁ ମିତ୍ରପୁର ଲାୟନ୍ସ କ୍ଳବ ର ସଭାପତି ରଞ୍ଜନ ବେହେରା , ଜଗନ୍ନାଥ ରଣା, ଖଗେନ୍ଦ୍ର ବେହେରା , ଗୋପାଳ ଚନ୍ଦ୍ର ମହାପାତ୍ର , ଭାଗବତ ଦାସ ,ଡା ପ୍ରକାଶ ମହାପାତ୍ର , ଳମ୍ବୋଧର୍ ଦାସ, ନିତ୍ୟାନନ୍ଦ ମାହାନ୍ନା , ରମେନ୍ଦ୍ର୍ ଦାସଙ୍କ ସମେତ ଲାୟନ୍ସ ଆଇ ହସ୍ପିଟାଲର କର୍ମଚାରୀ ଅରୂପ ଦେ, ଦେବବ୍ରତ ନନ୍ଦ, ସଂଜୀବ କ୍ରିଷ୍ଣା ପ୍ରମୁଖ ଚକିତ୍ସା ସେବାରେ ସହଯୋଗ କରିଥିବା ବେଳେ, ସ୍ଥାନୀୟ ଅଞ୍ଚଳର ରବି ସିଂ, ବାପି ସ୍ୱାଇଁ ଓ ଗୋପାଳ ବେହେରା ପରିଚାଳନା ରେ ସହାୟତା କରିଥିଲେ।