ପୋଖରୀରେ ବୁଡି ଚାଲିଗଲା ଶିଶୁର ଜୀବନ

ବାସୁଦେବପୁର: ପୋଖରୀରେ ବୁଡି ଚାଲିଗଲା ଶିଶୁର ଜୀବନ । ଏପରି ଏକ ଅଭାବନୀ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ କିସ୍ମତ କୃଷ୍ଣପୁର ପଞ୍ଚାୟତ ବୋଉମାଘେରି ଗ୍ରାମରେ । ତେବେ ଜଣେ ୮ବର୍ଷର ଶିଶୁ ପୋଖରିବେ ବୁଡି ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି । ମୃତ ଶିଶୁ ବାସୁଦେବପୁର ମୁନିସିପାଲଟିର ରାଧାନାଥପୁର ଅଡିଆ ଗ୍ରାମର ରଞ୍ଜିତ ଜାନାଙ୍କ ପୁଅ ଚନ୍ଦନ ବୋଲି ଜଣା ପଡିଛି ।
ଚନ୍ଦନ ଗି ୨ ଦିନ ହେବ ମାମୁଁ ଘର ବୋଉମାଘେରିକୁ ବୁଲିବାକୁ ଆସିଥିଲେ । ଆଜି ମାମୁଁ ଘର ଦାଣ୍ଡରେ ଖେଳୁ ଥିବା ସମୟରେ ନିକଟରେ ଥିବା ପୋଖରିବେ ବୁଡି ଯାଇଥିଲେ । ପରେ ବହୁ ଖୋଜା ଖୋଜି କରିବା ପରେ ନ ପାଇବାରୁ ପୋଖରିରେ ଖୋଜି ଥିଲେ । ପରେ ଉକ୍ତ ପୋଖରିରୁ ଚନ୍ଦନକୁ ପରଇଥିଲେ ମାମୁଁଘର ଲୋକେବ । ପରେ ତାଙ୍କୁ ଡାକ୍ତର ଖାନା ନେଇ ଯାଇଥିଲେ । ସେଠାରେ ତାଙ୍କୁ ଡାକ୍ତର ମୃତ ଘେଷଣା କରିଥିଲେ ।