କଟକ(ଜଗନ୍ନଥ ପ୍ରସାଦ ମହାନ୍ତି ):ନାଳରେ ପଶିଲେ ବିଧାୟକ। ବାରବାଟି କଟକ ବିଧାୟକ ମହମ୍ମଦ ମୋକିମ ସିଡିଏ ପେଟା ନାଳରେ ପଶି ଅଭିନବ ଢଙ୍ଗରେ ପ୍ରତିବାଦ ଜଣାଇଛନ୍ତି। ପେଟା ନାଳର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ ବାରମ୍ବାର ବିଧାନସଭାରେ ଦାବୀ ଉପସ୍ଥାପନା କରିଥଲେ। ପରେ ଏନେଇ ଟଙ୍କା ମଞ୍ଜୁର କରାଯାଇଛି। ହେଲେ ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇ ପାରିଲା ନାହିଁ।ଏନେଇ ପ୍ରତିବାଦ କରି ଆଜି ବିଧାୟକ ନିଜେ ନାଳ ଭିତରେ ପଶିଥିଲେ। ଆସନ୍ତା ତିନି ମାସ ଭିତରେ କାମ ଆରମ୍ଭ ନହେଲେ ଆମରଣ ଅନଶନରେ ବସିବେ ବିଧାୟକ ।