ଯୋଡ଼ା (ରମେଶ ଚନ୍ଦ୍ର ମହାପାତ୍ର ) : ରେଳ ସାଇଡିଂ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର। କ୍ଷତବିକ୍ଷତ ଶବ ଦେଖି ହତ୍ୟା ହୋଇଥିବା ସନ୍ଦେହ ଉପୁଜିଛି । କେନ୍ଦୁଝର ଜିଲ୍ଲା ବାମେବାରି ଥାନା ଅନ୍ତର୍ଗତ ଜିଲିଂସ୍ଥିତ ଆପାହାତୁ ରେଳ ସାଇଡିଂ ନିକଟରେ ଘଟଣାଟି ଘଟିଛି । ଆଜି ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଥିବା ବେଳେ ତାଙ୍କୁ ହତ୍ୟା କରା ଯାଇଥିବା ସନ୍ଦେହ କରାଯାଉଛି। ଆଜି ସକାଳୁ ସ୍ଥାନୀୟ ଲୋକେ ରେଳ ଧାରଣା ନିକଟରେ ମୃତଦେହ ପଡିଥିବାର ଦେଖିଥିଲେ । ପରେ ଏନେଇ ପୋଲିସକୁ ସୂଚନା ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ହେଲେ ଦୀର୍ଘ ସମୟ ପର୍ଯ୍ୟନ୍ତ ମୃତଦେହ ଘଟଣାସ୍ଥଳରେ ପଡିରହିଥିଲା ।