ବ୍ୟୁରୋ : ଏବେଠୁ ଖରାର ପ୍ରବଳ ପ୍ରକୋପ । ଦିନ ସମୟରେ ୪୦ ଟପୁଛି ତାତି । ୨ଟି ସହରରେ ତାପମାତ୍ରା ୪୦ ଛୁଇଁଲାଣି । ଝାରସୁଗୁଡାରେ ସର୍ବାଧିକ ୪୦.୨ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ସମ୍ବଲପୁରରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ରାଉରକେଲାରେ ୩୯.୪ଡିଗ୍ରୀ, ହୀରାକୁଦରେ ୩୯ ଡିଗ୍ରୀ, କେନ୍ଦୁଝରରେ ୩୭.୬ ଡିଗ୍ରୀ ଏବଂ ଭୁବନେଶ୍ୱର ଓ ଚାନ୍ଦବାଲିରେ ୩୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେପଟେ ହିଟ୍ୱେଭ୍ ୫ଦିନ ପାଇଁ ଜାରି ହୋଇଛି ।
ଏହା ସହ ୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ୫ଦିନ ଯାଏଁ ପ୍ରବଳ ଖରା ସହ ହିଟୱେଭର ପ୍ରଭାବ ଜାରି ରହିବ । ଭୀଷଣ ଗ୍ରୀଷ୍ମପ୍ରବାହ ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୩ଜିଲ୍ଲାକୁ ଚେତାବନୀ ଦିଆଯାଇଛି । ଝାରସୁଗୁଡ଼ା, ମୟୁରଭଞ୍ଜ ଓ ସମ୍ବଲପୁର ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ସୁନ୍ଦରଗଡ, ବୌଦ୍ଧ, ବଲାଙ୍ଗୀର ପାଇଁ ହିଟୱେଭ୍ ୱାର୍ଣ୍ଣିଂ ଜାରି କରାଯାଇଛି । ରାତି ତାପମାତ୍ରା ବଢିବା ସହ ଗୁଳୁଗୁଳି ଅନୁଭୂତ ହେବ।