ସରକାରଙ୍କ ମାଳ ମାଳ ଯୋଜନା କିନ୍ତୁ କାର୍ଯ୍ୟକାରୀ ଶୂନ୍

ଜଗତସିଂହପୁର/ ଦିଲ୍ଲୀପ ସାହୁ: ସରକାରଙ୍କ ମାଳ ମାଳ ଯୋଜନା କିନ୍ତୁ କାର୍ଯ୍ୟ ଶୂନ । ସ୍ୱାଧୀନତାର ଦୀର୍ଘ ଦିନ ପରେ ବି ଖାଦ୍ୟ , ଗୃହ , ବାସଗୃହ ପାଇଁ ଲୋକଙ୍କ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି । ନା ଏମାନଙ୍କ ପାଖରେ ସରକାରଙ୍କ ଯୋଜନା ନାଁ ଏମାନଙ୍କ ଦୁଃଖ ଶୁଣିବାକୁ ଆଗେଇ ଆସୁଛନ୍ତି । ଭଙ୍ଗା ଦଦରା ଚାଳଘରେ ଦୟନୀୟ ଅବସ୍ଥାରେ କାଳ କାଟୁଛନ୍ତି ଗୋବିନ୍ଦପୁରର ଗ୍ରାମବାସୀ । ଏପରିକି ସେମାନେ ବୃଦ୍ଧ ଅବସ୍ଥାରେ ବାର୍ଦ୍ଧ୍ୟକ ଭତ୍ତା ପାଇବାରୁ ବଞ୍ଚିତ ହେଉଛନ୍ତି । ଏଭଳି ଦୁଃଖଭରା ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଗୋବିନ୍ଦପୁର ପଞ୍ଚାୟତରେ ।

ଏ ହେଉଛି ସେହି ଗାଁ ଯେଉଁଠି ଷାଠିଏରୁ ଅଧିକ ଗରିବ ଗ୍ରାମବାସୀ ସରକାରଙ୍କ ଯୋଜନାରୁ ବଞ୍ଚିତ ହୋଇଛନ୍ତି ଟିକେ ଭଲ କରି ଦେଖନ୍ତୁ ଏହି ଭିଜୁଆଲକୁ କେମିତି କାଟୁଛନ୍ତି ଗୋବିନ୍ଦପୁରର ଗ୍ରାମବାସୀ । ।ଗୋବିନ୍ଦପୁର ଗ୍ରାମର ଗ୍ରାମବାସୀ ଦିର୍ଘଦୀନ ଧରି ଭଙ୍ଗାଦଦରା ଚାଳଘରେ ଖରା,ବର୍ଷା, ଶୀତ କାକରରେ ବିତୁଛି ଜୀବନ। ସମ୍ପତ୍ତି କହିଲେ ବାସ କରୁଥିବା ଘଣ୍ଡିଏ ଭଙ୍ଗା ଚାଳଘର ।ବାରମ୍ବାର ପକ୍କାଘର ଖଣ୍ଡେ ପାଇଁ ପଞ୍ଚାୟତ ଠାରୁ ବ୍ଲକ ପ୍ରଶାସନ ପର୍ୟ୍ୟନ୍ତ ଦୌଡ଼ି ଦୌଡ଼ି ନିରାଶ ହୋଇଛନ୍ତି। ସେହିପରି ଗୋବିନ୍ଦପୁର ପଞ୍ଚାୟତରେ ଷାଠିଏ ରୁ ଗରିବ ପରିବାର ଆବାସ ଯୋଜନାରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିଛନ୍ତି।ଆବାସ ଯୋଜନାରେ ଅନେକଙ୍କ ନାମ ତାଲିକାଭୁକ୍ତ ଥିବା ବେଳେ ପରବର୍ତ୍ତୀ ସମୟରେ ସେମାନଙ୍କୁ ପକାଘର ମିଳୁନାହିଁ।ସ୍ଥାନୀୟ ସରପଞ୍ଚ ରାଜନୈତିକ ଆକ୍ରୋଶରେ ଯୋଜନାରୁ ସେମାନଙ୍କ ନାଆଁ କାଟିଦେଉଥିବା ଅଭିଯୋଗ ହୋଇଛି।
ବର୍ଷ ବର୍ଷ ଧରି ଘରଖଣ୍ଡେ ପାଇଁ ସରପଞ୍ଚଙ୍କ ଠାରୁ ବ୍ଲକ ପ୍ରଶାସନ ଏପରିକି ଜିଲ୍ଲାପାଳଙ୍କୁ ଗୁହାରି କରି ମଧ୍ୟ ଇନ୍ଦିରା ଆବାସ, ବିଜୁ ପକ୍କାଘର କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯାଇନାହିଁ।ଏହି ଗରିବ ପରିବାରଙ୍କ ଘରଢିହକୁ ଛାଡି ଜମିବାଡ଼ି ନଥିବା ବେଳେ ମୁଲମଜୁରୀ ଲାଗି ଗୁଜୁରାଣ ମେଣ୍ଟାଉଥିବା ବେଳେ ଏପର୍ୟ୍ୟନ୍ତ ପକ୍କାଘର ମିଳୁନାହିଁ।ଏମାନେ ସିଧାସଳଖ ପଞ୍ଚାୟତର ସରପଞ୍ଚଙ୍କୁ ଦାୟୀ କରିଛନ୍ତି।ରାଜନୈତିକ ଆକ୍ରୋଶରୁ ଏମାନଙ୍କୁ ଯୋଜନାରୁ ବଞ୍ଚିତ କରୁଛନ୍ତି ସରପଞ୍ଚ ବୋଲି ଅଭିଯୋଗ ଉଠାଇଛନ୍ତି।ଖାଲି ଆବାସ ଯୋଜନା ନୁହେଁ। । ଗୋବିନ୍ଦପୁର ପଞ୍ଚାୟତରେ ଗରିବ ହିତାଧିକାରୀଙ୍କୁ ଆବାସ ଯୋଜନାରୁ ବଞ୍ଚିତ କରାଯାଇଥିବା ବେଳେ ବୟସର ଅପରାହ୍ନରେ ପହଞ୍ଚିଥିବା ବୁଢାବୁଢୀ ଓ ବିଧବାକୁ ଭତ୍ତାରୁ ବଞ୍ଚିତ କରାଯାଇଛି।ବାରମ୍ବାର ବ୍ଲକ ପ୍ରଶାସନ ଠାରୁ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ ପରେ ମଧ୍ୟ ସୁଫଳ ମିଳୁନଥିବା ଅଭିଯୋଗ ପରେ ସରପଞ୍ଚ ନିଜକୁ ଦୋଷମୁକ୍ତ କହୁଥିବା ବେଳେ ବିଡ଼ିଓ ଅନୁସନ୍ଧାନ କରି ପଦକ୍ଷେପ ନେବେ ବୋଲି କହିଛନ୍ତି।ପ୍ରଶାସନ ତୁରନ୍ତ ପଦକ୍ଷେପ ନନେଲେ ପଞ୍ଚାୟତବାସୀ ଆନ୍ଦୋଳନ କରିବେ ବୋଲି କହିଛନ୍ତି।ଗୋବିନ୍ଦପୁର ପଞ୍ଚାୟତରେ ଜନକଲ୍ୟାଣ ଯୋଜନାର କାର୍ୟ୍ୟକାରିତା ପାଇଁ ପ୍ରଶାସନ ସ୍ୱତନ୍ତ୍ର ପଦକ୍ଷେପ ନେବାର ଆବଶ୍ୟକତା ରହିଛି।