ଯୁବତୀଙ୍କ ମୃତ୍ୟୁ : କୂଅରୁ ଭିତରୁ ଉଦ୍ଧାର ହେଲା ମୃତ ଦେହ

ହିଞ୍ଜୁଳିକାଟୁ: କୂଅରେ ଭାସୁଛି ଯୁବତୀଙ୍କ ମୃତଦେହ । ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବଡଗଡ ଥାନା ଅର୍ନ୍ତଗତ ଖାରିଗୁମା ଗ୍ରାମରେ । ମୃତକ ଜଣକ ହେଲେ ରଙ୍କ ନିଧିଗୌଡ଼ଙ୍କ ସାନଝିଅ ଅଭାବନୀ ଗୌଡ଼ । ସୂଚନା ଅନୁସାରେ, ସୋମବାର ଦିନ ରାତିରେ ତାଙ୍କ ସାନଝିଅ ଘରେ ଖାଇ ପିଇ ଶୋଇଥିଲେବେଳେ କୁଆଡ଼େ ଚାଲିଯାଇଥିବାର ପରିବାର ଲୋକ ଦେଖିବାକୁ ପାଇଥିଲେ । ଘର ଲୋକେ ବହୁ ଆଡେ ଖୋଜା ଖୋଜି କରୁଲେ ମଧ୍ୟ ଝିଅକୁ ପାଇ ନ ଥିଲେ ।

ମଙ୍ଗଳବାର ଦିନ ବଡଗଡ ଥାନାରେ ଘରଲୋକେ । ନିଖୋଜ ଥିବା ନେଇ ଥାନାରେ ଏତଲା ଦେଇଥିଲେ । ଏତଲାକୁ ଭିତ୍ତିକରି ପୋଲିସ ଚାରିଆଡେ ଖୋଜା ଖୋଜି କରିଥିଲେ । କୂଅରେ ଶବ ଭାସୁଥିବା ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇଥିଲେ । ସେହି ଘଟଣା ସ୍ଥଳରେ ଅଗ୍ନିଶମ ବାହୀନ ପହଂଚି ଶବକୁ ଉଦ୍ଧାର କରିଥିଲା । ପରିବାର ଲୋକ ଏ ଘଟଣା ହତ୍ୟା ବୋଲି ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ସାଇଣ୍ଟିଫ୍ଖଳ ଟିମ ଘଯଣାସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛି ।