ବିଷମ କଟକ/ରବିନ୍ଦ୍ର କୁମାର ସାହୁ:ଓଡିଶା ସରକାରଙ୍କ ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ ତରଫରୁ ୭୫ ତମ ବନ ମୋହତ୍ସବ ସପ୍ତାହ ପାଳିତ । ଚଳିତ ବର୍ଷ ଜୁଲାଇ ୧ରୁ ୭ତାରିଖ ଯାଏ ହେବାକୁ ଥିବା ବେଳେ ରାୟଗଡା ବନଖଣ୍ଡ ଅଧିନସ୍ଥ ମୁନିଗୁଡା ବନାଞ୍ଚଳ ବିଷମକଟକ ରେଞ୍ଜ ଅନ୍ତର୍ଗତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ଠାରେ ୭୫ ତମ ବନ ମହୋତ୍ସବ ୨୦୨୪ ପାଳିତ ହୋଇଯାଇଛି। ଏହି ଅବସରରେ ମନ୍ଦିର ପାଙ୍ଗଣରେ ଆମ୍ବ, ଆଇଁଲା, ହରିଡ଼ା, ବାହାଡା, ଲିମ୍ବ, ଫାସୀ, ଭଳି ବିଭିନ୍ନ ପ୍ରଜାତିର ବୃକ୍ଷ ରୋପଣ କରାଯାଇଛି । ସ୍ଥାନୀୟ ସେକ୍ସନ ଫରେଷ୍ଟର ଗିରିଧର ପ୍ରଧାନୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୃକ୍ଷ ରୋପଣ କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଷମ କଟକ ଫରେଷ୍ଟର ହେମପ୍ରଭା ବେହେରା ଙ୍କ ଦ୍ୱାରା ପୂଜାର୍ଚନା କରାଯିବା ପରେ ବୃକ୍ଷ ରୋପଣ କରାଯାଇଥିଲା। ଏଥିରେ ବନରକ୍ଷୀ ଅହଲ୍ୟା ପତ୍ର, କମଳ କୁମାର ନାଗ ସମେତ ସ୍ଥାନୀୟ ଅଂଚଳର ବହୁ ଯୁବବର୍ଗ ,ସାମ୍ବାଦିକ ସାମିଲ ହୋଇଥିଲେ।
ସୂଚନା ଥାଉ କି ଆଗାମୀ ଦିନରେ ସ୍ଥାନୀୟ ମିନି ଷ୍ଟାଡିୟମ ଓ ବିଷମ କଟକ ଅନାନ୍ୟ ସ୍ଥାନରେ ପ୍ରାୟ ୩୦୦ ରୁ ଉର୍ଦ୍ଧ ଫରେଷ୍ଟ ବିଭାଗ ବୃକ୍ଷ ରୋପଣ କରିବା କାର୍ଯ୍ୟକ୍ରମ ରହିଥିବା ବିଷମ କଟକ ଫରେଷ୍ଟର ହେମପ୍ରଭା ବେହେରା ସୂଚନା ଦେଇଛନ୍ତି ,ଓ ସ୍ଥାନୀୟ ପ୍ରତ୍ୟୋକ ପରିବାରକୁ ଏହି ସପ୍ତାହରେ ନିଜ ବାଡ଼ି ବଗିଚାରେ ବନ ବିଭାଗ ତରଫରୁ ଗଛ ନେଇ ନିଜ ବାଡ଼ି ବଗିଚାରେ ରୋପଣ କରିବାକୁ ନିବେଦନ କରିଥିଲେ ।